ଲୋକସଭା ଆବାସ କମିଟି ଗଠନ: ସଦସ୍ୟ ରୂପେ ସ୍ଥାନ ପାଇଲେ ବିଜେପି ସାଂସଦ ସଙ୍ଗିତା ସିଂହଦେଓ

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଦ୍ବାରା ହାଉସ୍ କମିଟିର ଗଠନ କରାଯାଇଛି। ସାଂସଦ ସି ଆର ପାଟିଲଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ହାଉସ୍ କମିଟିରେ ଲୋକସଭାର ସମୁଦାୟ ୧୨ ଜଣ ସଦସ୍ୟ ରହିଛନ୍ତି । ୧୨ ଜଣିଆ କମିଟିରେ ଓଡ଼ିଶାର ବିଜେପି ସାଂସଦ ସଙ୍ଗିତା କୁମାରୀ ସିଂହଦେଓ ସ୍ଥାନ ପାଇଛନ୍ତି। ଲୋକସଭାର ହାଉସ୍ କମିଟି ସାଂସଦମାନଙ୍କୁ ବାସସ୍ଥାନ ଯୋଗାଇଦେବା ସହ ବାସସ୍ଥାନ ସମ୍ବନ୍ଧିତ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ନିଷ୍ପତ୍ତି ନେଇଥାଏ । ୧୭ତମ ଲୋକସଭାର ପ୍ରଥମ କମିଟି ରୂପେ ହାଉସ୍ କମିଟି ଗଠନ କରାଯାଇଛି।

ସମ୍ବନ୍ଧିତ ଖବର