ହଜି ଯାଇଥିବା ପୋଷା ଶୁଆ ପାଇଁ ମାଲିକ ଖର୍ଚ୍ଚ କଲେଣି ୩୦ହଜାର ଟଙ୍କା , ଖୋଜି ଆଣିବା ବ୍ୟକ୍ତିଙ୍କୁ ମିଳିବ ମୋଟା ଅର୍ଥରାଶି
ନୂଆଦିଲ୍ଲୀ: ସମ୍ଭଲ ଜନପଦର ଚନ୍ଦୋସି ସହରରେ ଜଣେ ବ୍ୟକ୍ତିଙ୍କ ପୋଷା ଶୁଆ ହଜି ଯିବା ହେତୁ ସେ ବହୁତ ଭାଙ୍ଗି ପଡ଼ିଛନ୍ତି। ପୋଷା ଶୁଆକୁ ପାଇବା ପାଇଁ ସେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବ୍ୟକ୍ତିଙ୍କ ପୋଷା ଶୁଆକୁ ଯିଏ ଖୋଜି ଆଣିବ ତାଙ୍କ ପାଇଁ ସେ ୧୦ହଜାର ଟଙ୍କାର ଅର୍ଥରାଶିର ଘୋଷଣା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଚନ୍ଦୋସିରେ ବସବାସ କରୁଥିବା ଲୋକେଶ ତାଙ୍କ ଶୁଆକୁ ବହୁତ ଭଲ ପାଆନ୍ତି। ପାଖାପାଖି ଦେଢ଼ବର୍ଷ ହେବ ସେ ଦୁଇଟି ଶୁଆକୁ ନିଜ ଘରକୁ ଆଣିଥିଲେ। ଦୁଇଟି ଶୁଆ ମଧ୍ୟରୁ ଗୋଟିଏ ଶୁଆ କିଛି ଦିନ ପରେ ମରି ଯାଇଥିଲା। ତେବେ ମିଟୁ ସେହି ଦିନଠାରୁ ଲୋକେଶଙ୍କ ପରିବାର ସହିତ ରହି ଆସୁଥିଲା। କିନ୍ତୁ କିଛିଦିନ ହେବ ସେ କେଉଁଆଡେ ଚାଲି ଯାଇଛି। ଲୋକେଶ ତାଙ୍କ ଏହି ପୋଷା ଶୁଆକୁ ଖୋଜିବା ପାଇଁ ବହୁତ ଚେଷ୍ଟା କରିଥିଲେ ହେଁ, ଅସଫଳ ରହିଛନ୍ତି।
ଲୋକେଶ ତାଙ୍କ ପୋଷା ଶୁଆକୁ ଖୋଜି ବାହାର କରିବା ପାଇଁ ଆଖପାଖ ଅଞ୍ଚଳରେ ଶୁଆର ଫଟୋ ଦେଇ ପୋଷ୍ଟର ଲଗାଇଛନ୍ତି। ଏହି ପୋଷ୍ଟରରେ ସେ ଉଲ୍ଲେଖ କରିଛନ୍ତି କି ଯିଏ ତାଙ୍କ ଶୁଆକୁ ଖୋଜି ଆଣିବ ତାଙ୍କୁ ସେ ୧୦ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ। ସେ ତାଙ୍କ ମିଟୁକୁ ଖୋଜିବା ପାଇଁ ଏଯାବତ ୩୦ହଜାର ଟଙ୍କା ଖର୍ଚ୍ଚ କରି ସାରିଲେଣି।