ଏଣିକି ଟ୍ରେନ୍‌ରେ ମିଳିବ ବିମାନ ଭଳି ସେବା, ଆଇଆରସିଟିସି କର୍ମଚାରୀଙ୍କୁ ଦେଉଛି ପ୍ରଶିକ୍ଷଣ

ନୂଆଦିଲ୍ଲୀ: ରେଳବାଇ ଯାତ୍ରୀଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ଅଣ୍ଟା ଭିଡିଛି। ଏଥିପାଇଁ ରେଳବାଇ ନିଜ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଉଛି। ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଭିଯୋଗ ରହିଥାଏ କି, ରେଳ କର୍ମଚାରୀ, ବିଶେଷ ଭାବେ ଆଇଆରସିଟିସିର କ୍ୟାଟରିଂ କର୍ମଚାରୀଙ୍କ ବ୍ୟବହାର ଠିକ୍‌ ହୋଇ ନଥାଏ। ଅନେକ ଥର ସେମାନେ ଯାତ୍ରୀଙ୍କ ସହିତ ମାରପିଟ କରିଥିବା ଖବର ସାମ୍ନାକୁ ଆସିଛି। ଏମିତିରେ ରେଳବାଇ ଏହି କ୍ୟାଟରିଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିଷ୍ପତ୍ତି ନେଇଛି।

ରେଳବାଇ ଏଥିପାଇଁ ପ୍ରିମିୟମ ଟ୍ରେନ୍‌ର ରାଜଧାନୀ ଏକ୍ସପ୍ରେସ୍‌, ଶତାବ୍ଦୀ ଏକ୍ସପ୍ରେସ୍‌, ଦୁରନ୍ତ ଏକ୍ସପ୍ରେସ୍‌ର କ୍ୟାଟରିଂ ଓ ପ୍ୟାଣ୍ଟ୍ରି ଷ୍ଟାଫ୍‌ଙ୍କୁ ପ୍ରିଶକ୍ଷଣ ଦେଇ ଯାତ୍ରୀଙ୍କୁ ବିମାନ ଭଳି ସେବାର ଅନୁଭବ ଦେବାକୁ ଯୋଜନା କରିଛି। ଏହି ସଦସ୍ୟଙ୍କୁ ପ୍ରୋଫେସ୍‌ନାଲ ଭାବେ ପ୍ରଶିକ୍ଷଣ ଦେବା ପାଇଁ ସ୍କିଲ୍‌ ଇଣ୍ଡିଆ ଜରିଆରେ ସକ୍ଷମ ପୋଗ୍ରାମର ଆରମ୍ଭ କରାଯାଇଛି। ଏହି ପ୍ରକଳ୍ପର ଲକ୍ଷ୍ୟ ଷ୍ଟାଫ୍‌ଙ୍କୁ ପ୍ରୋଫେସ୍‌ନାଲ ଟ୍ରେନିଂ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଆଇଆରସିଟିସି ୨୦୦୦ କ୍ୟାଟରିଂ ଷ୍ଟାଫ୍‌ଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର