ଜିଟି-୨୦ର ପ୍ରଥମ ମ୍ୟାଚ୍‌ରେ ଯୁବରାଜଙ୍କ ବିବାଦୀୟ ଆଉଟ୍‌

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ପୂର୍ବତନ ଭାରତୀୟ ବାମହାତୀ ବ୍ୟଟ୍ସମ୍ୟାନ୍‌ ଯୁବରାଜ ସିଂହ ଗୁରୁବାର ପ୍ରଥମ ମ୍ୟାଚ୍‌ ଖେଳିଛନ୍ତି। କାନାଡା ଗ୍ଲୋବାଲ ଟ୍ବେଣ୍ଟି-୨୦ (ଜିଟି୨୦)ରେ ‌ଟରଣ୍ଟୋ ନ୍ୟାସ୍‌ନାଲ୍ସ ପକ୍ଷରୁ ଖେଳୁଥିବା ଯୁବରାଜ ଭାଙ୍କୋଭର ନାଇଟ୍‌ ବିପକ୍ଷରେ ୨୭ ବଲ୍‌ ଖେଳି ୧୪ ରନ୍‌ କରିଥିଲା ବେଳେ ଆଉଟ୍‌ ହୋଇଥିଲେ। ରନ୍‌ ପାଇଁ ସଂଘର୍ଷ କରୁଥିବା ଯୁବରାଜଙ୍କ ଆଉଟ୍‌ କିନ୍ତୁ ବିବାଦୀୟ ଥିଲା। ୧୭ତମ ଓଭରରେ ଲେଗ୍‌ ଅମ୍ପାୟରଙ୍କ ବିବାଦୀୟ ନିଷ୍ପତ୍ତିରେ ସେ ପଡ଼ିଆ ଛାଡ଼ିଥିଲେ। କାନାଡ଼ାର ରିଜୱାନ୍‌ ଚିମାଙ୍କ ବଲ୍‌ ଯୁବରାଜଙ୍କ ବ୍ୟାଟ୍‌ରେ ବାଜି ୱିକେଟ୍‌ରକ୍ଷକଙ୍କ ନିକଟକୁ ଯାଇଥିଲା। କିନ୍ତୁ ୱିକେଟ୍‌ରକ୍ଷକ ‌ଏହାକୁ ଧରିବାକୁ ବିଫଳ ହେବା ସହ ତାଙ୍କ ଗ୍ଲୋବ୍ସରେ ବଲ୍‌ ବାଜି ୱିକେଟ୍‌ ଭାଙ୍ଗି ଦେଇଥିଲା। ଏହି ସମୟରେ ଯୁବରାଜଙ୍କ ପାଦ କ୍ରିଜ୍‌ ଭିତରେ ରହିଥିଲା। ମାତ୍ର ଆଉଟ୍‌ ଆବେଦନ ତୃତୀୟ ଅମ୍ପାୟରଙ୍କ ନିକଟକୁ ଯିବା ବେଳେ ଯୁବରାଜ ବାହାରେ ଥିଲେ। ଫଳରେ‌ ଲେଗ୍‌ ଅମ୍ପାୟର ଆଙ୍ଗୁଠି ଉପରକୁ ଟେକିଥିଲେ। ଏହି ମ୍ୟାଚ୍‌ରେ ଯୁବିଙ୍କ ନେତୃତ୍ବାଧୀନ ଟରଣ୍ଟୋ ନ୍ୟାସ୍‌ନାଲ୍‌ ୮ ୱିକେଟ୍‌ରେ କ୍ରିସ୍‌ ଗେଲ୍‌ଙ୍କ ନେତୃ୍ତ୍ବାଧୀନ ଭାଙ୍କୋଭର ନାଇଟ୍‌ ନିକଟରୁ ହାରିଯାଇଥିଲା।

ସମ୍ବନ୍ଧିତ ଖବର