ଏକ ମନ୍ଦିର ମହନ୍ତଙ୍କ ପାଖରେ ଏହି ଗୁଣ ଦେଖି ମୁଖ୍ୟମନ୍ତ୍ରୀ ଚୌକିରେ ଯୋଗୀଙ୍କୁ ବସାଇଥିଲେ ମୋଦୀ

ନୂଆଦିଲ୍ଳୀ: ଗୃହ ମନ୍ତ୍ରୀ ଅମିତ ଶାହା ରବିବାର ଉତ୍ତରପ୍ରଦେଶ ସରକାରର ଦ୍ୱିତୀୟ ଗ୍ରାଉଣ୍ଡ୍‌ବ୍ରେକିଂ ଉତ୍ସବରେ ଏକ ବଡ଼ ଖୁଲାସା କରିଛନ୍ତି। ସେପରି କୌଣସି ରାଜନୈତିକ ଦକ୍ଷତା ନଥାଇ ମଧ୍ୟ ଜଣେ ମନ୍ଦିରର ମହନ୍ତ ତଥା ଅତି ସାଧାରଣ ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କୁ ଉତ୍ତରପ୍ରଦେଶର ପରି ଏକ ବଡ଼ ରାଜ୍ୟର ଭାର କାହିଁକି ଦିଆଗଲା ବୋଲି ପୂର୍ବରୁ ଅନେକ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ଶାହା।

 

ଗ୍ରାଉଣ୍ଡ୍‌ବ୍ରେକିଂ ଉତ୍ସବରେ ନିଜର ମତ ରଖି ସେ କହିଛନ୍ତି ଯେ ‘କେହି କଳ୍ପନା ବି କରିନଥିଲେ ଯୋଗୀ ମୁଖ୍ୟମନ୍ତ୍ରୀ ହେବେ ବୋଲି। ଲୋକମାନେ ଆମକୁ ୟୁପି ଡାକି କହିଥିଲେ କି ଯୋଗୀଙ୍କର ଏକ ନଗରପାଳିକା ସଂଚାଳନ କରିବାର ଅଭିଜ୍ଞତା ମଧ୍ୟ ନାହିଁ। ସେ କେବେ ଥରେ ମନ୍ତ୍ରୀ ମଧ୍ୟ ହୋଇନାହାନ୍ତି। ସେ ଜଣେ ସନ୍ୟାସୀ। ୟୁପି ପରି ଏକ ବଡ଼ ରାଜ୍ୟର ସେ ମୁଖ୍ୟମନ୍ତ୍ରୀ କହିଁକି କରାଗଲା ତାଙ୍କୁ? ଲୋକମାନେ ଆମକୁ ଏପରି ପ୍ରଶ୍ନ ପଚାରୁଥିଲେ। ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୋତେ ତାଙ୍କ କାର୍ଯ୍ୟ ଦକ୍ଷତା ଓ କଠିନ ପରିଶ୍ରମ ଉପରେ ଯଥେଷ୍ଟ ଭରସା ଥିଲା। ସେ ଦାୟିତ୍ୱ ତୁଲାଇ ପାରିବେ ଭାବି ଆମେ ଯେଉଁ ନିଷ୍ପତ୍ତି ନେଇଥିଲୁ ତାହା ଏବେ ଠିକ୍‌ ବୋଲି ପ୍ରମାଣିତ ହୋଇଛି।’

ସମ୍ବନ୍ଧିତ ଖବର