ଅସହ୍ୟ ହେଲାଣି ଲୋକଙ୍କ ଯନ୍ତ୍ରଣା : ଯାଞ୍ଚ ଆଳରେ ଜୁଲମ୍‌

ମାତିଛନ୍ତି ପୁଲିସ ଓ ପରିବହନ ଅଧିକାରୀ, ତ୍ରାହିତ୍ରାହି ଡାକିଲେଣି ଲୋକେ, ପୁଲିସ ହଟହଟା

କନକ ନ୍ୟୁଜ୍‌ ସର୍ଭେ: ୭୦% ଲୋକଙ୍କ ବିରୋଧ
ମନ୍ତ୍ରୀ, ବିଧାୟକ ଅସୁଖୀ, ଚିନ୍ତାରେ ସରକାର

ଭୁବନେଶ୍ବର : କାହାର ଫିଟନେସ ନାହିଁ ତ ଆଉ କେହି ଲୋକଙ୍କୁ ଅଣନିଶ୍ବାସୀ ଭିଡ଼ରେ ଠିଆ କରି କିେଲାମିଟର କିେଲାମିଟର ଯାଉଛନ୍ତି। ଘରୋଇ ବସ୍‌ର ଏଭଳି ବେଆଇନ କାର୍ଯ୍ୟ ପରିବହନ ଅଧିକାରୀଙ୍କ ନଜରରେ ପଡୁନାହିଁ। କେହି ଜରିମାନା କରୁନି, ତାଗିଦ୍ ବି କରୁନାହାନ୍ତି।

ଖୋଦ୍ ରାଜଧାନୀର ସ୍ବସ୍ତି ପ୍ରିମିୟମ ହୋଟେଲ ସାମ୍ନାେର ବିନା ହେଲମେଟରେ ଗାଡ଼ି ଚଳାଉଥିଲେ ପୁଲିସ ବାବୁ। କାଗଜପତ୍ର ନ ଥିଲା ବୋଲି ରାଜଧାନୀରେ ଗୋଟିଏ ପୁଲିସ ଗା଼ଡିକୁ ଆଜି କଳ୍ପନା ଛକରେ ହଟହଟା ହେବାକୁ ପଡୁଛି।

ଅଥଚ ଦେଶରେ ନୂଆ ମୋଟର ଯାନ ଆଇନ ଯାଞ୍ଚ ଆଳରେ ଏଭଳି ଢଙ୍ଗରେ ଜୁଲମ୍‌ ଆରମ୍ଭ ହୋଇଛି େଯ େଲାକେ ତ୍ରାହି ତ୍ରାହି ଡାକିେଲଣି। ପୁଲିସ ବାବୁମାନେ େକଉଁଠି ଗାଡ଼ି ଟାଣି ଆଣୁଛନ୍ତି ତ ଆଉ କେଉଁଠି ଗାଡ଼ି ଚାଳକଙ୍କ ସହ ଦୁର୍ବ୍ୟବହାର ଓ ବଚସା କରୁଛନ୍ତି। େଲାକଙ୍କୁ ସଚେତନ କରାଇବା ପରିବର୍ତେ ନାଲିଆଖି ଦେଖାଉଛନ୍ତି। ମନଇଚ୍ଛା ଜରିମାନା କାଟୁଛନ୍ତି, େଯମିତି ତାଙ୍କୁ ଟାର୍ଗେଟ ଦିଆଯାଇଛି।

ରାଜଧାନୀର ଭୁବନେଶ୍ବରରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲାଣି। ସେପଟେ ଏହାକୁ ଦେଖାଦେଖି ଜିଲ୍ଲାମାନଙ୍କରେ ମଧ୍ୟ ଅନୁରୂପ ପରିସ୍ଥିତି ସୃଷ୍ଟି େହାଇଛି। ତଳିଆ ପୁଲିସକୁ କଣ ନିର୍ଦେଶ ଦିଆଯାଇଛି କେଜାଣି, ସେମାେନ େଯମିତି ଏହାକୁ ମୂଳ କାମ େବାଲି ଭାବି ମାତି ଯାଇଛନ୍ତି।

ଦୁଇ ଦିନ ତଳେ ରାଜଧାନୀରେ ଜଣେ ଅଟୋ ଡ୍ରାଇଭରଙ୍କଠାରୁ ୪୭ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଲୋକଙ୍କୁ ବାଧିଲା ଭଳି ଜରିମାନା ଆଦାୟ ନ କରିବା ଲାଗି କୁଆଡ଼େ ଉପରୁ ନିର୍ଦେଶ ଆସିଛି। େହଲେ ବାବୁମାନେ ଏତେ ଉତ୍ସାହିତ େହାଇଛନ୍ତି େଯ ଏହାକୁ ମାନିବା ସ୍ଥିତିରେ ନାହାନ୍ତି। ଆଜି ସମ୍ବଲପୁରରେ ଜଣେ ଟ୍ରକ୍‌ ଡ୍ରାଇଭର ନାମରେ ୮୬ ହଜାର ୫ଶହ ଟଙ୍କା ଜରିମାନାର ଚାଲାଣ କଟାଯାଇଛି। ଯାହାକି ଅଦ୍ୟାବଧି ରାଜ୍ୟର ସବୁଠାରୁ ଅଧିକ ଜରିମାନା ବୋଲି କୁହାଯାଉଛି। କାହାଠାରୁ ପଚାଶ ହଜାର ତ ଆଉ କାହାଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି।

ସାଧାରଣ େଲାକଙ୍କ କଥା ଦୂରେ ଥାଉ, େଖାଦ୍ ରାଜ୍ୟ ସରକାରଙ୍କ ମନ୍ତ୍ରୀ ଏଭଳି ତନାଘନାକୁ ଗ୍ରହଣ କରିପାରିନାହାନ୍ତି। ଆଜି ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି, ଗରିବ େଲାକ ଗାଡ଼ି ଚଳାଇବା କଷ୍ଟକର। ବଡ଼ ଗାଡ଼ିମାନଙ୍କ ପାଇଁ େଯଉଁ ନିୟମ, ସାନ ଗାଡ଼ି ପାଇଁ ବି ସେହି ନିୟମ? ବିଧାୟକ ଅଶ୍ବିନୀ ପାତ୍ର ଗଣମାଧ୍ୟମକୁ କହିଛନ୍ତି, ନିୟମକୁ ବିେରାଧ କରୁନାହୁଁ। କିନ୍ତୁ େଯଉଁ ଢଙ୍ଗରେ ତନାଘନା ଚାଲିଛି, ତାହା ଠିକ୍ ନୁହେଁ।

ଟ୍ରାଫିକ ପୁଲିସ ଚାଳକଙ୍କଠାରୁ ମୋଟା ଅଙ୍କର ଫାଇନ ନେଉଥିବା ଅଭିଯୋଗ ପରେ ସୋସିଆଲ ମିଡିଆରେ ‘କନକ ନ୍ୟୁଜ’ ପକ୍ଷରୁ ମତାମତ ସଂଗ୍ରହ କରାଯାଇଥିଲା। ‘ମୋଟା ଅଙ୍କର ଜରିମାନା ଆଦାୟ ହେବା ଉଚିତ କି?’ ବୋଲି ପ୍ରଶ୍ନ ପଚରା ଯାଇଥିଲା। ୨୪ ଘଣ୍ଟା ମଧ୍ୟରେ ହଜାର ହଜାର ଲୋକ ନିଜର ମତ ରଖିଥିଲେ। ପାଖାପାଖି ୨୦ ହଜାରରୁ ଅଧିକ ଲୋକ ଏହି ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇ ନିଜର ମତ ରଖିଥିଲେ। ୭୦% ଲୋକେ ଏହି ପ୍ରକ୍ରିୟାକୁ େଖାଲା ବିରୋଧ କରିଥିଲେ। ଏହା ଜରିମାନା ନୁହେଁ, ଜୁଲମ୍‌ ବୋଲି ମତ ରଖିଥିଲେ େଲାକେ।

ଉଭୟ ପରିବହନ କର୍ତୃପକ୍ଷ ଓ ପୁଲିସର ଏଭଳି କାରନାମାକୁ େନଇ ସାରା ରାଜ୍ୟରେ ଅସନ୍ତୋଷ ତେଜିଲାଣି। ପରିଣାମ ଏମିତି େଯ ସରକାର ବିେରାଧରେ ଜନମତ ବଢ଼ିବାରେ ଲାଗିଛି। ଏ େନଇ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ତନାଘନା ଆରମ୍ଭ କରିଛନ୍ତି। େଲାକଙ୍କଠାରୁ ବଡ଼ ପରିମାଣର ଅର୍ଥ ଜରିମାନା କରିବା ଲାଗି ପୁଲିସକୁ ବାରଣ କରାଯାଇଥିବା ସୂଚନା ମିଳିଛି। ହେଲେ, ଏହାର ସାମାନ୍ୟତମ ପ୍ରଭାବ ପଡ଼ିନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, େଖାଦ୍ ପୁଲିସ ମହାନିେର୍ଦଶକ ବିଜୟ ଶର୍ମା ମଧ୍ୟ ଏହାକୁ େନଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ସବୁଠାରୁ ବଡ଼ କଥା େହଉଛି, ଆଜି େଖାଦ୍ ରାଜଧାନୀରେ େଲାକଙ୍କ ଆେକ୍ରାଶର ସଙ୍କେତ ଦେଖିବାକୁ ମିଳିଥିଲା। ଚେକିଂ ସମୟରେ ପୁଲିସ ହଟହଟା େହାଇଥିଲା। ରାଜ୍ୟ ସଂଗ୍ରହାଳୟ ସାମ୍ନାରେ ପୁଲିସ ଚେକିଂ କରୁଥିବା ବେଳେ େଲାକେ ଓଲଟା ପୁଲିସକୁ ସେ ବ୍ୟବହାର କରୁଥିବା ଗାଡ଼ିର କାଗଜପତ୍ର ମାଗିଥିଲେ। ପରିସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଅଧିକାରୀମାନେ ସେ ସ୍ଥାନ ଛାଡ଼ି ଚାଲିଯାଇଥିଲେ। ଜଣେ ଅଟୋ ଡ୍ରାଇଭରକୁ ୧୦ହଜାର ଟଙ୍କା ଫାଇନ ଲାଗୁ କରିବାରୁ ଏଭଳି ପରିସ୍ଥିତି ସୃଷ୍ଟି େହାଇଥିଲା। ସେହିଭଳି ରମାଦେବୀ ନିକଟସ୍ଥ ଗଳିରେ ପ୍ରଦୂଷଣ ଯାଞ୍ଚ ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ସେହିଭଳି କଳ୍ପନା ଛକରେ ଟ୍ରାଫିକ୍ ପୁଲିସ ଉପରେ ଆକ୍ରମଣ େହାଇଥିବା ଅଭିେଯାଗ େହାଇଥିଲା।

ସମ୍ବନ୍ଧିତ ଖବର