ଏହି କାମ କରିଲେ ମନ ଭିତରେ ସ୍ୱତଃଭାବେ ଖୁସି ପ୍ରକଟିତ ହୋଇଥାଏ !
ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ସର୍ବଦା ଖୁସି ରହିବା ଲାଗି ପରୋପକାର କରିବା ଉଚିତ୍ । ଆପଣ ଯଦି ଅନ୍ୟ ପାଇଁ କିଛି ସ୍ୱାର୍ଥ ତ୍ୟାଗ କରନ୍ତି, ତେବେ ସ୍ୱାର୍ଥପର ମଣିଷ ଅପେକ୍ଷା ଅଧିକ ସୁଖୀ ରହିବେ । ଠିକ୍ ସେହିପରି ଯିଏ ଅନ୍ୟ ପ୍ରତି ଉଦରତା ପ୍ରଦର୍ଶନ କରିଥାଏ, ସେ ବି ସହଜରେ ନିଜକୁ ଖୁସି ରଖିପାରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅଧ୍ୟୟନରୁ ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ ଦିଲଦାର ଲୋକେ ଯେକୌଣସି କ୍ରୋଧୀ ବ୍ୟକ୍ତି ତୁଳନାରେ ଅଧିକ ସମୟ ଖୁସିରେ ରହିପାରେ । ଏହାଛଡ଼ା ଯେଉଁମାନେ ବେଶି ସମୟ ସାମାଜିକ କାର୍ଯ୍ୟରେ ବିନିଯୋଗ କରିଥାଆନ୍ତି ସେମାନେ ମଧ୍ୟ ନିଜକୁ ଖୁସିରେ ରଖିପାରନ୍ତି । କାରଣ ଅନ୍ୟକୁ ଉଦାରତା ଦେଖାଇବା ବା କାହାରି ସାହାଯ୍ୟ କରିବା ଦ୍ୱାରା ମନ ଭିତରେ ସ୍ୱତଃଭାବେ ଏକ ଖୁସି ପ୍ରକଟିତ ହୋଇଥାଏ ବୋଲି ଏହି ଅନୁଧ୍ୟାନରୁ ଜଣାଯାଇଛି ।
ଜ୍ୟୁରିକ୍ ବିଶ୍ୱବିଦ୍ୟାଳୟର ଫିଲିପ୍ ଟବଲରଙ୍କ ଅନୁଯାୟୀ ଏଥିପାଇଁ ମାତ୍ରାଧିକ ତ୍ୟାଗର ଆବଶ୍ୟକତା ନାହିଁ, କେବଳ ଅନ୍ୟର ଟିକେ ସହାୟତା ନିଜକୁ ଖୁସି ରଖିବା ପାଇଁ ଯଥେଷ୍ଟ । ଏଇ ନିକଟରେ ଜର୍ଣ୍ଣାଲ୍ ନେଚର୍ କମ୍ୟୁନିକେସନ୍ରେ ପ୍ରାୟ ୫୦ ଲୋକଙ୍କୁ ନେଇ ଏକ ଗବେଷଣା କରାଯାଇଥିଲା । ଏଥିରେ କରାଯାଇଥିବା ଅନୁଧ୍ୟାନରୁ ଏହା ଜଣାଯାଇଛି।