ପିଆଜ ରପ୍ତାନୀ ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: ପିଆଜ ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି। ପିଆଜ ରପ୍ତାନୀ ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର। କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ଏହି ନିଷ୍ପତି ନିଆଯାଇଛି। ଏପରିକି ପିଆଜ ରପ୍ତାନୀ ଆଇନରେ ସଂଶୋଧନ କରି ପିଆଜ ରପ୍ତାନୀ ଉପରେ ରୋକ୍‌ ଲଗାଇଛନ୍ତି ମନ୍ତ୍ରଣାଳୟ।

ପିଆଜ ଦର ବୃଦ୍ଧିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି। ପିଆଜ ରପ୍ତାନୀ ଉପରେ ରୋକ୍‌ ଲଗାଇଲେ କେନ୍ଦ୍ର ସରକାର, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ କରିବାକୁ ନିର୍ଦ୍ଦେଶ।

Navayuga News

ଗତ କିଛି ଦିନ ହେବ ପିଆଜ ଉତ୍ପାଦନ ବହୁଳ ରାଜ୍ୟ ଗୁଡ଼ିକରେ ବର୍ଷାର ବିଭିଷୀକା ଜାରି ରହିଛି। ତେଣୁ ବଜାରରେ ପିଆଜ ଦର ଅହେତୁକ ଭାବେ ବି ଚାଲିଛି। ଆଉ ବେଆଇନ୍‌ ଭାବେ ବିକ୍ରି ହେଉଥିବା ପିଆଜ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଏପରିକି ପିଆଜ କିଲୋ କେଉଁଠି ୬୦ ତ ଆଉ କେଉଁଠି ୧୦୦ ଛୁଇଁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ତେଣେ ଏଭଳି ଦରରେ ରୋକ୍‌ ଲଗାଇବା ପାଇଁ ପିଆଜ ରପ୍ତାନୀ ଉପରେ ତୁରନ୍ତ ରୋକ୍‌ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ପିଆଜ ଦର ଗ୍ରାହକଙ୍କ ମୁଣ୍ଡ ବ୍ୟଥା କରିଛି। ରାଜ୍ୟ ସରକାର ଏହା ଉପରେ ରୋକ୍‌ ଲଗାଇବାକୁ ପ୍ରୟାସ ଜାରି ରଖିଥିବା ବେଳେ ଏବେ କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ଉପରେ ରୋକ୍‌ ଲଗାଇବା ପାଇଁ ପିଆଜ ରପ୍ତାନୀ ଆଇନରେ ସଂଶୋଧନ ଆଣି ଏହା ଉପରେ ରୋକ୍‌ ଲାଗାଇଛନ୍ତି।

ସମ୍ବନ୍ଧିତ ଖବର