ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ବିଶାଳ ‌ରୋଡ୍‌ସୋ ପ‌ରେ ପ୍ରାର୍ଥିପତ୍ର ଦାଖଲ କଲେ ଆଦିତ୍ୟ ଠାକ୍‌ରେ

ମୁମ୍ବାଇ: ଆଗାମୀ ମହାରା‌ଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ‌ନେତା ଆଦିତ୍ୟ ଠାକ୍‌ରେ ଆଜି ମହାରାଷ୍ଟ୍ରର ୱର୍ଲି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବରିଷ୍ଠ ଶିବସେନା ନେତା ଏବଂ ତାଙ୍କ ବପା ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ଉପସ୍ଥିତିରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପାଇଁ ଘର ଛାଡ଼ିବା ପୂର୍ବରୁ ଆଦିତ୍ୟ ତାଙ୍କ ସ୍ବର୍ଗତ ଜେଜେ ବାପା ତଥା ଶିବସେନା ପ୍ରତିଷ୍ଠାତା ବାଲ୍‌ ସାହେବ ଠାକ୍‌ରେଙ୍କ ଆର୍ଶୀବାଦ ନେଇଥିଲେ। ୨୯ ବର୍ଷୀୟ ଆଦିତ୍ୟ ତାଙ୍କ ପରିବାରର ପ୍ରଥମ ସଦସ୍ୟ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଆଦିତ୍ୟଙ୍କ ଜେଜେ ବାପା ବାଲ୍‌ ଠାକ୍‌ରେ ୧୯୬୬ରେ ଶିବସେନା ପ୍ରତିଷ୍ଠା କରିଥିଲେ ମଧ୍ୟ ଠାକ୍‌ରେ ପରିବାରରୁ କେହି ଏଯାବତ୍‌ ନିର୍ବାଚନ ଲଢ଼ିନାହାନ୍ତି।

ସମ୍ବନ୍ଧିତ ଖବର