ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆଇଆଇଟିର ସହ-ନିର୍ଦ୍ଦେଶକ

ଯୋଧପୁର: ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ ଆଇଆଇଟି ଯୋଧପୁରର ସହ ନିର୍ଦ୍ଦେଶକ | ରାଜସ୍ଥାନ ଯୋଧପୁରର ଆଣ୍ଟି କରପସନ ବ୍ୟୁରୋ ପକ୍ଷରୁ ନିର୍ଦ୍ଦେଶକ ଜଣକ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ | ବିଲ ପାସ କରାଇଦେବାକୁ ଏହି ଲାଞ୍ଚ ନିଆଯାଉଥିଲା | ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତଙ୍କ ନାମ ହେଉଛି ଲଳିତ ଦେବଡା |

ଆଇଆଇଟି ଯୋଧପୁରର ସୌନ୍ଦର୍ଯ୍ୟକରଣ ପାଇଁ ବନୀକରଣ ପାଇଁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା | ତେବେ ଏହି କାମର ବିଲ ପାସ କରାଇବା ପାଇଁ ସହ ନିର୍ଦ୍ଦେଶକ ଜଣକ ୧ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ |

ଏ ନେଇ ଠିକା ସଂସ୍ଥା ପକ୍ଷରୁ ଦୁର୍ନୀତି ନିବାରଣ ବିଭାଗକୁ ସୂଚନା ଦିଆଯାଇଥିଲା | ଏହାପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲାଞ୍ଚ ଦିଆଯାଉଥିବାବେଳେ ସହ ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଥିଲା | ତେବେ ଏହି କାରବାର ପଛରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ଦୁର୍ନୀତି ନିବାରଣ ବିଭାଗ ଯାଞ୍ଚ କରୁଛି |

ସମ୍ବନ୍ଧିତ ଖବର