ସାଧାରଣ ଲୋକଙ୍କ ବ୍ୟାଙ୍କଜମା ସୁରକ୍ଷିତ ରଖିବା ପାଇଁ ସରକାର ଆଇନ ଆଣନ୍ତୁ

ନୂଆଦିଲ୍ଲୀ : ସାଧାରଣ ଲୋକଙ୍କ ବ୍ୟାଙ୍କ ଜମା ଯେପରି ସୁରକ୍ଷିତ ହୋଇପାରିବ ସେ ସଂପର୍କରେ ସରକାର ଏକ ଆଇନ ପ୍ରଣୟନ କରିବା ଆବଶ୍ୟକ ବୋଲି ଯୋଗଗୁରୁ ବାବା ରାମଦେବ କହିଛନ୍ତି । ପଞ୍ଜାବ ଓ ମହାରାଷ୍ଟ୍ର କୋପରେଟିଭ ବ୍ୟାଙ୍କରେ ଦୁର୍ନୀତି ପରେ ଜମାକାରୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ପରିପ୍ରେକ୍ଷୀରେ ସେ ଏକଥା କହିଛନ୍ତି ।

ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ଏକଥା କହିଛନ୍ତି ।  ପଞ୍ଜାବ ଓ ମହାରାଷ୍ଟ୍ର (ପିଏମସି) ବ୍ୟାଙ୍କରୁ ଟଙ୍କା ଉଠାଣ ଉପରେ ରିଜର୍ଭ ବ୍ୟାଙ୍କ ନିଷେଧାଜ୍ଞା ଜାରି କରିବା ପରେ ସାଧାରଣ ଜମାକାରୀମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଗତ ମାସରେ ଏହି ବ୍ୟାଙ୍କରେ ୪ ହଜାର କୋଟି ଟଙ୍କାର ଦୁର୍ନୀତି ଧରାପଡିବା ପରେ ରିଜର୍ଭ ବ୍ୟାଙ୍କ ଟଙ୍କା ଉଠାଣ ଉପରେ ନିଷେଧାଜ୍ଞା ଜାରି କରିଥିଲେ । ପରେ କେତେକ କଟକଣା ସହ ଉଠାଣ ପାଇଁ ଅନୁମତି ଦେଇଥିଲେ । ଗତକାଲି ଉଠାଣ ସୀମାକୁ ୪୦ ହଜାର କରିଦେଇଥିଲେ ଆରବିଆଇ ।

ସମ୍ବନ୍ଧିତ ଖବର