ଚାର୍ଜ ସରିଯିବାରୁ ଟ୍ରେନରୁ କିଣିଲେ ପାଓ୍ଵାର ବ୍ୟାଙ୍କ, କିଛି ସମୟ ଚାର୍ଜ କରିବା ପରେ ସାମ୍ନାକୁ ଆସିଲା ପାଓ୍ଵାର ବ୍ୟାଙ୍କର ସତ

ନୂଆଦିଲ୍ଲୀ : ଲମ୍ବା ଯାତ୍ରା ସମୟରେ ଫୋନରୁ ଚାର୍ଜ ସରିଯିବାର ଅନେକ ସମ୍ଭାବନା ଥାଏ । ଯାହା ପାଇଁ ଚାର୍ଜର ବା ପାଓ୍ଵାର ବ୍ୟାଙ୍କ ଲୋକେ ସାଥୀରେ ନେଇ ଯାଇଥାନ୍ତି । କିନ୍ତୁ ଜଣେ ଯୁବକ ଏହି ଦୁଇଟି ଦରକାରୀ ଜିନିଷ ସାଥୀରେ ନେଇ ନ ଥିବାରୁ ଠକାମିର ଶିକାର ହୋଇଛନ୍ତି । ଫୋନରେ ଚାର୍ଜ ସରିଯିବାରୁ ଜଣେ ଯୁବକ ଟ୍ରେନରୁ ଏକ ଏମ୍‌ଆଇ କମ୍ପାନୀର ପାଓ୍ଵାର ବ୍ୟାଙ୍କ କିଣିଥିଲେ । କିଣିବା ପରେ ସେ ଟ୍ରେନରେ ଚାର୍ଜ ବସାଇଥିଲେ ମଧ୍ୟ କିଛି ସମୟ ପରେ ଫୋନଟି ଚାର୍ଜ ହେବା ବନ୍ଦ ହୋଇ ଯାଇଥିଲା ।

ट्रेन में खरीदा पावर बैंक, अंदर जो निकला देख कर हो जाएंगे हैरान
aajtak.intoday.in

କାରଣ ଜାଣିବା ପାଇଁ ଯୁବକଜଣଙ୍କ ପାଓ୍ଵାର ବ୍ୟାଙ୍କ ଖୋଲି ଦେଖିବା ପରେ ତାଙ୍କର ହୋସ୍‌ ଉଡ଼ି ଯାଇଥିଲା । ପାଓ୍ଵାର ବ୍ୟାଙ୍କ ନାମରେ ତାଙ୍କୁ କେବଳ ପାଓ୍ଵାରବ୍ୟାଙ୍କର ଖୋଳ ଦିଆଯାଇଥିଲା । ଯାହା ଭିତରେ ଏକ ବ୍ୟାଟେରୀକୁ ଅଟା ଗୋଲାରେ ଚାପି ରଖି ଦିଆଯାଇଥିଲା । ଯୁବକଙ୍କ ଏଭଳି ଅବସ୍ଥା ଦେଖି ଆଉ ଜଣେ ଯାତ୍ରୀ କିଣିଥିବା ନିଜର ସାମ୍‌ସଙ୍ଗ ପାଓ୍ଵାର ବ୍ୟାଙ୍କ ଖୋଲି ଦେଖିବା ପରେ ତାହା ଭିତରେ ମଧ୍ୟ ବ୍ୟାଟେରୀକୁ ଅଟା ଗୋଲାରେ ଚାପି ରଖାଯାଇଥିବା ଦେଖାଯାଇଥିଲା । ତେବେ ଘଟଣାଟି କେଉଁ ଟ୍ରେନରେ ଘଟିଛି, ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୀଡ଼ିତ ଫତେହାବାଦ୍‌ରୁ ଦିଲ୍ଲୀ ଆସୁଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର