କଳାହାଣ୍ଡି ଜିଲ୍ଲା ଭେଟେରାନ ଫୁଟବଲ ପ୍ରତିଯୋଗିତା: ପଡ଼ିଆରେ କରିସ୍ମା ଦେଖାଇଲେ ବରିଷ୍ଠ ଖେଳାଳି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଲାଲ ବାହାଦୂର ଷ୍ଟାଡିୟମ ଠାରେ ଅକ୍ଟୋବର ୨୨ ତାରିଖ ଦିନ ଜିଲ୍ଲାର ବରିଷ୍ଠ ଖେଳାଳିମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଭେଟେରାନ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ରାଜ୍ୟ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ଅବସରରେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ଜିଲ୍ଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ଦ୍ଵିତୀୟ ଭବାନୀପାଟଣା ସୁପର ଲିଗ ଫାଇନାଲ ଖେଳର ଅବ୍ୟବହିତ ପୂର୍ବରୁ ଜିଲ୍ଲାର ଭେଟେରାନ ଫୁଲବଲ ଖେଳାଳିଙ୍କୁ ନେଇ ଆୟୋଜିତ ଏହି ନିଆରା ଖେଳକୁ ଦର୍ଶକ ବେଶ ଉପଭୋଗ କରିଥିଲେ। ସାମାଜିକ ସଚେତନତା ଓ ଶାରୀରିକ ସୁସ୍ଥତାର ବାର୍ତ୍ତା ନେଇ ଆୟୋଜିତ ଏହି ପ୍ରଦର୍ଶନୀ ଖେଳରେ ଅତୀତରେ ଫୁଟବଲ ଖେଳରେ କଳାହାଣ୍ଡି ଜିଲ୍ଲାକୁ ଗୌରବାନିତ୍ୱ କରିଥିବା  ଚନ୍ଦ୍ର ଶେଖର ପଣ୍ଡା, ଅର୍ଜୁନ ନାଏକ, ଲଡୁ ମିଶ୍ର,ଶାହା ନୱାଜ ମହମ୍ମଦ, ଲଷ୍ମୀ ବିଶି, ପାଣ୍ଡବ ପ୍ରଧାନ, ନାରାୟଣ ପଣ୍ଡା, ଶରତ ପଟ୍ଟନାୟକ,ରାଜୀବ ସାହୁ, ଶଶୀ ବାବୁ ,ଲବଣୀ ଭୋଇ ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର