ବିଜେପୁର ଉପନିର୍ବାଚନ : ବିଜେଡିର ଐତିହାସିକ ବିଜୟ

ରେକର୍ଡ ୯୭,୯୯୦ ଭୋଟ୍‌ରେ ଜିତିଲେ ରୀତା ସାହୁ

ପୂର୍ବସ୍ଥିତି ବଜାୟ ରଖିବାେର ବିଫଳ ହେଲା ବିଜେପି
୫୮୭୩ ଭୋଟ୍‌ ପାଇ ଅମାନତ ହରାଇଲା କଂଗ୍ରେସ
ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ବର : ସାଧାରଣ ନିର୍ବାଚନ ସମୟରେ ହାଣ୍ଡିଶାଳରୁ ପ୍ରମିଳା ବିଷୋୟୀଙ୍କୁ ନେଇ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇଥିଲା ବିଜେଡି। ସେହିଭଳି ବିଜେପୁର ଉପନିର୍ବାଚନରେ ହାଣ୍ଡିଶାଳ ଛାଡି ଜନସେବା ପାଇଁ ଓହ୍ଲାଇଥିବା ଅନ୍ୟତମ ମହିଳା ରୀତା ସାହୁଙ୍କ ହାତରେ ଓଡ଼ିଶା ରାଜନୀତି ଇତିହାସରେ ସବୁଠାରୁ ବଡ଼ େଭାଟ ବ୍ୟବଧାନରେ ବିଜୟୀ କରାଇବାର ସଫଳତା ମଧ୍ୟ ଟେକିଦେଇଛି ବିଜେଡି।

ରୀତା ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ଠାରୁ ୯୭ ହଜାର ୯୯୦ ଖଣ୍ଡ ଅଧିକ େଭାଟରେ ବିଜୟୀ େହାଇଛନ୍ତି। ବିଜେପି ଖାତାକୁ ୭୩.୮% େଭାଟ ଯାଇଛି। ଏଥିସହିତ ୨୦୦୦ ମସିହାରେ ତତ୍କାଳୀନ ମେଣ୍ଟ ପ୍ରାର୍ଥୀ ବିଶ୍ବଭୂଷଣ ହରିଚନ୍ଦନଙ୍କ େଭାଟ ବ୍ୟବଧାନ ସଂଖ୍ୟା (୯୪୫୫୫)କୁ ରୀତା ଅତିକ୍ରମ କରି ବିରଳ ରେକର୍ଡ ସୃଷ୍ଟି କରିବାରେ ସକ୍ଷମ େହାଇଛନ୍ତି। କେବଳ ସେତିକି ନୁହେଁ, ଲଗାତାର ତିନିଟି ନିର୍ବାଚନରେ ବିଜୟ ଲାଭ କରି ବିଜେପୁର ଆସନରେ ହାଟ୍ରିକ କରିଛି ବିଜେଡି।

ଅନ୍ୟପକ୍ଷରେ େଯଉଁ ଆସନରେ ଲଗାତାର ତିନି ତିନି ଥର ନିର୍ବାଚନ ଜିତିଥିଲା, ସେହି ଆସନରେ କୌଣସି େଗାଟିଏ ବି ରାଉଣ୍ଡରେ ୫୦୦ େଭାଟ୍ ପାଇପାରିନାହିଁ କଂଗ୍ରେସ। ଏଭଳି ଏକ ଅଲୋଡ଼ା େରକର୍ଡ ଦଳ ଖାତାରେ େଯାଡି େହାଇଛି। ପୂର୍ବଥରର ପ୍ରାର୍ଥୀ ରିପୁନାଥ ସେଠଙ୍କୁ ବଦଳାଇବା ସତ୍ତ୍ବେ ଏଥରର ଦଳୀୟ ପ୍ରାର୍ଥୀ ଦିଲ୍ଲୀପ କୁମାର ପଣ୍ଡା ନିଜ ଅମାନତ ରଖିପାରିନାହାନ୍ତି। ମାତ୍ର ୩.୧୯% ଅର୍ଥାତ୍ ୫,୮୭୩ ଖଣ୍ଡ ପାଇଛି କଂଗ୍ରେସ।

ସବୁଠାରୁ ବଡ଼ କଥା ହେଲା, ୨୦୧୯ ସାଧାରଣ ନିର୍ବାଚନରେ ଦେଶର ଏକ ବିରଳ ଆସନ ଭାବେ ବରଗଡ ଜିଲ୍ଲା ଗଣାଯାଉଥିଲା। ସମସ୍ତ ବିଧାନସଭା ଆସନରେ ବିଜେଡି ଜିତିଥିଲେ ହେଁ, େଲାକସଭା ଆସନ ହାତେଇଥିଲା ବିଜେପି। ମାତ୍ର ୬ମାସ ବ୍ୟବଧାନରେ ଦଳ ବିଜେପୁର ଆସନରେ କେବଳ ଚିତପଟାଙ୍ଗ୍ ମାରିଛି। ପରାଜୟ ଏତେ ଶୋଚନୀୟ େଯ ୧୫ ହଜାର ୫୨୫ ଜଣ େଭାଟର ମୁହଁ େମାଡି ଅନ୍ୟତ୍ର େଭାଟଦେବାକୁ ଉଚିତ୍ ମଣିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ସନତ ଗଡତିଆଙ୍କ ସପକ୍ଷରେ ୫୩ହଜାର ୪୮୨ େଭାଟ ପଡିଥିବା ବେଳେ ଏଥର ଏହା ୩୭ ହଜାର ୯୬୭ (୨୦.୬୩%) କୁ ଖସିଆସିଛି।

ଆଜି ପ୍ରକାଶ ପାଇଥିବା ବରଗଡ ଜିଲ୍ଲାର ବିଜେପୁର ଉପନିର୍ବାଚନ ଫଳାଫଳ ଓଡ଼ିଶା ରାଜନୀତିରେ ଇତିହାସ ସୃଷ୍ଟି କଲାଭଳି ଏମିତି କିଛି େରାଚକ ତଥ୍ୟ େଯାଡିଛି। ସବୁ କଳ୍ପନାଜଳ୍ପନା, ପୂର୍ବାନୁମାନକୁ ଭୁଲ କରି ବିଜେଡି ଏହି ନିର୍ବାଚନକୁ ଏକପାଖିଆ ଭାବେ ପୋଛି େନଇଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ନିର୍ବାଚନରେ ଜିତି ବି ଏହି ଆସନକୁ ପରିତ୍ୟାଗ କରିଥିବାରୁ ତାଙ୍କ ବିରୋଧରେ ଜନମତ ନିଶ୍ଚୟ ଯିବ େବାଲି ଦୃଢୋକ୍ତି ପ୍ରକାଶ କରିଥିବା ବିଜେପିକୁ ନିରାଶ ହେବାକୁ ପଡିଛି। ନବୀନଙ୍କ ଉପରେ େଭାଟର ପୁଣି ଥରେ ଆସ୍ଥା ରଖିଥିବା ପ୍ରମାଣ ଦେଇଛନ୍ତି। ଏପରିକି ଗତ ସାଧାରଣ ନିର୍ବାଚନରେ ନବୀନ ନିଜ ପାଇଁ େଭାଟ ମାଗି ୧ଲକ୍ଷ ୧୦ ହଜାର ୬୦୪ଜଣଙ୍କ ସମର୍ଥନ ପାଇଥିଲେ। ହେଲେ ତାଙ୍କ ପରାମର୍ଶ ଓ ପ୍ରଚାରରେ ପ୍ରଭାବିତ େହାଇ ଆଉ ୨୫ ହଜାର େଭାଟର ରୀତାଙ୍କ ସପକ୍ଷରେ େଭାଟ ଦେଇଛନ୍ତି।

ଏହି ନିର୍ବାଚନ ଫଳାଫଳ ବିଜେଡିକୁ ଆହୁରି ଉତ୍ସାହିତ କରିଛି। ବିଧାନସଭାରେ ଦଳର ସଭ୍ୟ ସଂଖ୍ୟା ୧୧୩ରେ ପହଞ୍ଚିଛି ଓ ମହିଳାଙ୍କ ବିଧାୟକଙ୍କ ସଂଖ୍ୟା ୧୫ ଛୁଇଁଛି। ଏହି ଐତିହାସିକ ବିଜୟ ପାଇଁ ରୀତା ସାହୁଙ୍କୁ ଫୋନ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ ବିଜେପୁର େଭାଟରଙ୍କୁ ଧନ୍ୟବାଦ ଜଣାଇବା ସହିତ ରୀତାଙ୍କୁ ଐତିହାସିକ ବିଜୟ େଦଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ। ନବୀନ ଦଳୀୟ କର୍ମକର୍ତା ଏହି ଉପନିର୍ବାଚନରେ କରିଥିବା କଠିନ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇଥିଲେ।

ଅନ୍ୟପଟରେ ନିର୍ବାଚନ ଫଳାଫଳ ସମଗ୍ର ରାଜ୍ୟର କଂଗ୍ରେସ କର୍ମୀଙ୍କୁ ପୁଣି ହତାଶ କରିଛି। ଦଳର ‘ପ୍ରତ୍ୟାବର୍ତନ ସୂତ୍ର’ କାମ ଦେଇନାହିଁ। ହାତ ପ୍ରତି େଲାକେ ଭରସା କରିପାରିନାହାନ୍ତି। ସଂଗଠନ ଅତି ଦୁର୍ବଳସ୍ତରକୁ େଠଲି େହାଇଗଲାଣି, ଏ ସଙ୍କେତ ବିଜେପୁର ରାୟ ଦେଇଛି।

ସେପଟେ ସାଧାରଣ ନିର୍ବାଚନରେ ବିେଜପି େକନ୍ଦ୍ରରେ କ୍ଷମତାକୁ ଫେରିଛି। ଅଥଚ ଓଡ଼ିଶାରେ ପ୍ରଥମେ ପାଟକୁରା ଓ ପରେ ବିଜେପୁର ଫଳାଫଳ ପ୍ରମାଣ କରିଛି େଯ େଲାକେ ଓଡ଼ିଶାରେ ବିଜେପିକୁ ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି। ଏକଥା ବି ପ୍ରମାଣିତ େହାଇଛି, ବିଜେଡି ନିର୍ବାଚନ ରଣନୀତିର ସୂତ୍ର େଭଦ କରିବାରେ ବିେରାଧୀ ଏଯାଏ ସକ୍ଷମ େହାଇପାରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୮ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ବିୟୋଗ ପରେ ବିଜେଡି ତାଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିଥିଲା। ସେ ନିର୍ବାଚନରେ ଉଭୟ ବିଜେଡି-ବିଜେପି ଏହି ଆସନକୁ କରାୟତ କରିବା ପାଇଁ ସବୁ ସ୍ତର ଅତିକ୍ରମ କରିଥିଲେ। େଭାଟ ଫଳାଫଳ କିନ୍ତୁ ବିଜେଡି ସପକ୍ଷରେ ଯାଇଥିଲା ଓ ଦଳ ମୋଟ୍ ୧ ଲକ୍ଷ ୨ ହଜାର ୮୭୧ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ଠାରୁ ବିଜୟ ବ୍ୟବଧାନ ଥିଲା ୪୧ ହଜାର ୯୩୩ । ଏହି ନିର୍ବାଚନରେ ବିଜେଡିର ଭୋଟ୍ ହାର ୫୬.୭୮% ରହିଥିଲା ।

ଏହାର କିଛି ମାସ ପରେ ବିଜେପୁର ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆସନରେ ପ୍ରାର୍ଥୀ େହାଇଥିଲେ। ନବୀନଙ୍କୁ ମୋଟ୍ ୧ଲକ୍ଷ ୧୦ ହଜାର ୬୦୬ ଖଣ୍ଡ ଭୋଟ୍ ମିଳିଥିଲା ଓ ସେ ୫୬ ହଜାର ୧୨୨ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ େହାଇଥିଲେ। ଏଥର ନିର୍ବାଚନରେ ବିଜେଡିର ଭୋଟ୍ ହାର ୩ ପ୍ରତିଶତ ବଢି ୫୯.୭୮% ଛୁଇଁଥିଲା।

ହେଲେ ଆଜିର ଫଳାଫଳ ଗତ ଦୁଇଟି ନିର୍ବାଚନର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ବିରୋଧୀଙ୍କୁ ସମ୍ପୂର୍ଣ୍ଣ ନିଷ୍ପ୍ରଭ କରି ରୀତା ସାହୁ ଇତିହାସ ରଚିଛନ୍ତି। ଭୋଟ୍ ବ୍ୟବଧାନରେ ବିରୋଧୀଙ୍କୁ ମାଟି କାମୁଡାଇଛନ୍ତି ରୀତା। େଭାଟ ପ୍ରତିଶତ ଏକାଥରକେ ବଢିଛି ୧୪%। ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡିଥିବାରୁ ବିଜେପି ଏହାକୁ ଅସ୍ତ୍ର କରି ନିର୍ବାଚନକୁ ଓହ୍ଲାଇଥିଲା। ସାଂସଦ ସୁରେଶ ପୂଜାରୀ ପ୍ରଥମେ ଏ ସଂକ୍ରାନ୍ତ ପ୍ରଶ୍ନ ଉଠାଇ ବିଜେଡିକୁ ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ କରିବାକୁ ଉଦ୍ୟମ କରିଥିଲେ। ପରେ ପ୍ରଚାରରେ ଗଲାବେଳେ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ପ୍ରମୁଖ ଏହାକୁ ତୁହାକୁ ତୁହା େଘାରି ବିଜେଡି ପାଇଁ ଅକଳ ପରିସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ।

ଯଦିଓ ଏହି ଉପ ନିର୍ବାଚନ ଫଳାଫଳର କୌଣସି ବଡ଼ ପ୍ରଭାବ ତତ୍କାଳ ରାଜ୍ୟ ରାଜନୀତି ଉପରେ ପଡିବ ନାହିଁ, ତଥାପି ବିଜେପିକୁ ଚୁପ୍ କରିବା ପାଇଁ ବିଜେଡି ହାତରେ ବର୍ଷେ ଯାଏ ଅସ୍ତ୍ର ଧରାଇଛି। ବିଜେପୁର ରାୟ ବିଜେପିକୁ ତା ପୂର୍ବ ସ୍ଥିତି ସଂପର୍କରେ ମନେ ପକାଇ ଦେଇଛି। ଦଳର ସବୁ ଛାମୁଆ ନେତାଙ୍କ ପ୍ରଚାର ସତ୍ତ୍ବେ ବିଜେପି ନିଜର େଭାଟବ୍ୟାଙ୍କ ଅକ୍ଷତ ରଖିପାରିନାହିଁ।

ହେଲେ ବିଜେଡି ସହିତ ସାଧାରଣ ନିର୍ବାଚନ ପରବର୍ତୀ ସଂପର୍କ ବିଜେପି ପାଇଁ କାଳ େହାଇଛି କି ଦଳୀୟ ଆଭ୍ୟନ୍ତରୀଣ କନ୍ଦଳ ଶୀର୍ଷସ୍ଥାନରେ ପହଞ୍ଚିଥିବା କାରଣରୁ ଆଉ ସଂଗଠିତ ଭାବେ ନେତାମାନେ ଲଢିପାରୁନାହାନ୍ତି, ତାହାକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ହିସାବ ନିକାସ ଆରମ୍ଭ କରିଛନ୍ତି। କାରଣ ପ୍ରଚାର ସମୟରୁ ହିଁ ବିେଜଡି ଆଗରେ ବିଜେପି ଫିକା ଦିଶୁଥିଲା। ନେତାମାନେ ଗଣମାଧ୍ୟମ ଓ ଭାଷଣବାଜିରେ କମ୍ପିଥିଲେ ବି େଭାଟରଙ୍କ ମନ କିଣିପାରିନଥିଲେ। କେଉଁଠି ନା କେଉଁଠି ପୁଣି ଥରେ ଦଳ ନିଜକୁ ନିଜେ ସଙ୍କେତ େଦଇଛି, ସେମାନେ ବିଜେଡିର ସମସ୍କନ୍ଧ ହୋଇପାରିନାହାନ୍ତି ବା ହେବା ସ୍ଥିତିକୁ ଆସିନାହାନ୍ତି।

ହେଲେ ଠିକ୍ ସମୟରେ ବିଜେପି ଗଡ ଭାଙ୍ଗି ଅଶୋକ ପାଣିଗ୍ରାହୀଙ୍କୁ ବିଦ୍ରୋହୀ ଭାବେ ଉଭା କରାଇବାରେ ବିଜେଡି ସକ୍ଷମ େହାଇଥିଲା। ବିଜେପିରୁ ଆସି ବିଜେଡିରେ ମିଶିଥିବା ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଭଳି ଅଧ୍ୟକ୍ଷ ପଦବିରେ ଅବସ୍ଥାପିତ କରି ବିରୋଧୀ ଶିବିରରେ ଫାଟ ସୃଷ୍ଟି କରିପାରିଥିଲା ବିଜେଡି। ଆଉ ଦଳର ଛାମୁଆ ନେତାମାନେ ଏମିତି ଗଡ଼ ଜଗି ଦେଇଥିଲେ େଯ ବିରୋଧୀ ସେ ଚକ୍ରବ୍ୟୂହ େଭଦ କରିବା ତ ଦୂରର କଥା ପଶିପାରିନଥିଲେ।

ସମ୍ବନ୍ଧିତ ଖବର