ଜାପାନ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌‌ରେ ଭାଗନେବେ ପ୍ରମୋଦ

ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ବୁଧବାରଠୁ ଆରମ୍ଭ ହେବାକୁ ଥିବା ଜାପାନ୍‌ ପା‌ରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଭାଗନେବେ। ୧୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୯୨ ଜଣ ପ୍ରତିଯୋଗୀ ଭାଗନେ‌ବେ। ଏଥିରେ ପ୍ରମୋଦଙ୍କ ସହ ଭାରତରୁ ୧୫ ଜଣ ପ୍ରତିଯୋଗୀ ସାମିଲ ଅଛନ୍ତି। ଏକମାତ୍ର ଓଡ଼ିଆ ଭା‌ବେ ଭାରତୀୟ ଦଳରେ ସ୍ଥାନ ପାଇଥିବା ପ୍ରମୋଦ ଏଠାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଟ୍ରଫି ଜିତିବା ଆଶାରେ ରହିଛନ୍ତି। ଏଠାରେ ୨୦୨୦ ଅଲିମ୍ପିକ୍ସ ଖେଳାଯିବାକୁ ଥିବାରୁ ଅଭିଜ୍ଞତା ହାସଲ ପାଇଁ ସୁଯୋଗ ରହିଛି। ସେଥିପାଇଁ ବହୁତ ଉତ୍ସାହିତ ଅଛି।‌ ଏହି ସମାନ ଷ୍ଟାଡିୟମରେ ଅଲିମ୍ପିକ୍ସ ମ୍ୟାଚ୍‌ ଖେଳାଯିବ। ଅଲିମ୍ପିକ୍ସ ପ୍ରସ୍ତୁତ ଲାଗି ଏହା ଆମକୁ ସାହାଯ୍ୟ କରିବ ବୋଲି ପ୍ରମୋଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର