ୟ‌ାରି ଜାମ୍‌ ଫେଷ୍ଟ୍‌, ସଂଗୀତରେ ସୁନିଧି-ଅର୍ଜୁନଙ୍କ ବନ୍ଧୁତାର ଭାଷା

ଭୁବନେଶ୍ବର: ମନଛୁଆଁ ବଲିଉଡ୍‌ ବିଟ୍ସରେ ଝୁମିଥିଲା ଜନତା ମୈଦାନ। ସାକି ସାକି.., କମ୍‌ଲି.. ସାଙ୍ଗକୁ ବଙ୍ଗଳା ସଂଗୀତ ‘ୟାର୍‌ଦର ସୋଙ୍ଗେ…ଗୀତରେ ଦର୍ଶକଙ୍କୁ ଖୁବ୍‌ ନଚାଇଥିଲେ ବଲିଉଡ୍‌ର ଖ୍ୟାତନାମା ଶିଳ୍ପୀ ସୁନିଧି ଚୌହାନ। ସୁନିଧିଙ୍କ ସମେତ ମଞ୍ଚରେ ରଙ୍ଗ ଭରିଥିଲେ ଅର୍ଜୁନ କାନୁନ୍‌ଗୋ। ସେ ତାଙ୍କ କଣ୍ଠ ନିଃସୃତ ହିଟ୍‌ ଗୀତ ‘ବାକି ବାତେଁ ପିନେ ବାଦ୍‌.., ଫୁର୍‌ସତ.. ଓ ଖୁନ୍‌ ଚୁସ୍‌ ଲେ..ଭଳି ଗୀତ ଗାଇ ଦର୍ଶକଙ୍କ ଖୁବ୍‌ ମନୋରଂଜନ କରିଥିଲେ। ହଙ୍ଗାମା ଓ ହଙ୍ଗାମା ଆର୍ଟିଷ୍ଟ୍‌ ଆଲାଉଡ୍‌ ସହଭାଗିତାରେ ଆଜି ଜନତା ମୈଦାନରେ ଆୟୋଜିତ ସ୍ବତନ୍ତ୍ର ସଂଗୀତ ସନ୍ଧ୍ୟା ‘ୟ‌ାରି ଜାମ୍‌ ଫେଷ୍ଟ୍‌’ରେ ଏଭଳି ଏକ ଅନୁଭବ ସାଉଁଟିଥିଲେ ଦର୍ଶକ। ସଂଗୀତ ମାଧ୍ୟମରେ ବନ୍ଧୁତାରା ଭାଷାକୁ ବ୍ୟକ୍ତ କରିବା ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ମଲ୍‌ଟି ଜେନର ବ୍ୟାଣ୍ଡ୍‌ ଦି ସିଲ୍‌ଭେଷ୍ଟର ଟ୍ରିଓ ପକ୍ଷରୁ ପ୍ରସ୍ତୁତ ସଂଗୀତ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା।

ଏହି ଅବସରର ହଙ୍ଗାମା ଡିଜିଟାଲ୍‌ର ସିଓଓ ସିଦ୍ଧାର୍ଥ ରୟ ଓ ହଙ୍ଗାମା ଡିଜିଟାଲ୍‌ ମିଡିଆ ଆର୍ଟିଷ୍ଟ୍ ଆଲାଉଡ୍‌ର ଉପାଧ୍ୟକ୍ଷ ସୌମିନି ଶ୍ରୀଧର ପଲ୍‌ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ୨୪ ତାରିଖରେ ବ୍ରହ୍ମପୁର ଓ ୩୦ ତାରିଖରେ ରାଉରକେଲାରେ ଏହି ୟାରି ଜାମ୍‌ ଫେଷ୍ଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସୂଚନା ‌ଦେଇଥିଲେ।

ସମ୍ବନ୍ଧିତ ଖବର