ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପାଇଁ ଜଣେ ବିଡିଓ, ଦୁଇ ଜଣ ସରପଞ୍ଚ ନିଲମ୍ବିତ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପାଇଁ ଜଣେ ବିଡିଓଙ୍କୁ ଆଜି ନିଲମ୍ବନ କରାଯାଇଛି। ନିଲମ୍ବିତ ବିଡିଓ ନେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ବିଡିଓ ରବୀନ୍ଦ୍ର କୁମାର ଶତପଥୀ। ସେହିପରି ଦୁଇ ଜଣ ନିର୍ବାଚିତ ଜନ ପ୍ରତିନିଧି ବାଲେଶ୍ବର ଜିଲ୍ଲା ସେ‌ାରୋ ବ୍ଲକ୍‌ କେଦାରପୁର ପଞ୍ଚାୟତର ସରପଞ୍ଚ ଅଭିମନ୍ୟୁ ଜେନା ଓ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ ଆଙ୍କୋରଡ଼ା ପଞ୍ଚାୟତର ସରପଞ୍ଚ ଉସାନ୍ତ ସାହୁଙ୍କୁ ମଧ୍ୟ ସରକାର ନିଲମ୍ବନ କରିଛନ୍ତି। ସରପଞ୍ଚ ଉସାନ୍ତ ସାହୁଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଓ ସରପଞ୍ଚ ଅଭିମନ୍ୟୁ ଜେନାଙ୍କୁ ଆର୍ଥିକ ଅନିୟମିତତା ନିମନ୍ତେ ନିଲମ୍ବନ କରାଯାଇଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କରେ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର