ଫାଶୀରେ ଝୁଲିପାରନ୍ତି ‘ନିର୍ଭୟା’ ଦୋଷୀ, ଦଉଡି ପ୍ରସ୍ତୁତ ରଖିବାକୁ ମିଳିଲା ନିର୍ଦ୍ଦେଶ
ନୂଆଦିଲ୍ଲୀ: ଡିସେମ୍ବର ୧୪ ସୁଦ୍ଧା ପ୍ରସ୍ତୁତ ରଖ ୧୦ଟି ଫାଶୀ ଦଉଡି, କିଛି ଏଭଳି ନିର୍ଦ୍ଦେଶ ଏବେ ବିହାରର ବକ୍ସର ଜେଲ କର୍ତ୍ତୃପକ୍ଷଙ୍କୁ ମିଳିଛି | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କୁହାଯାଉଛି ଦିଲ୍ଲୀରେ ଘଟିଥିବା ବହୁଚର୍ଚ୍ଚିତ ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ଏହି ଫାଶୀ ଦଉଡି ପ୍ରସ୍ତୁତ କରିବାକୁ କୁହାଯାଇଛି | ମିଳିଥିବା ସୂଚନା ମୁତାବକ ବକ୍ସର ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡାଙ୍କୁ ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ ଜେଲ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି |
Sambad is now on WhatsApp
Join and get latest news updates delivered to you via WhatsApp
ଏହାକୁ ନେଇ ଜେଲ ଅଧିକ୍ଷକ କହିଛନ୍ତି ଯେ ଡିସେମ୍ବର ୧୪ ସୁଦ୍ଧା ୧୦ଟି ଫାଶୀ ଦଉଡି ପ୍ରସ୍ତୁତ ରଖିବାକୁ କୁହାଯାଇଥିବାବେଳେ କାହାକୁ ଫାଶୀ ଦିଆଯିବ ସେ ନେଇ କିଛି ତଥ୍ୟ ଦିଆଯାଇନାହିଁ | ସଂସଦ ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଫଜଲ ଗୁରୁକୁ ମୃତ୍ୟଦଣ୍ଡ ଦେବା ପାଇଁ ଏହି ଜେଲ ଦ୍ୱାରା ପ୍ରସ୍ତୁତ ଫାଶୀ ଦଉଡ଼ିକୁ ବ୍ୟବହାର କରାଯାଇଥିଲା |
ଜେଲ ଅଧିକ୍ଷକ ବିଜୟ କୁମାର ଆରୋଡା କହିଛନ୍ତି ଯେ ଗୋଟିଏ ଫାଶୀ ଦଉଡି ପ୍ରସ୍ତୁତ କରିବାକୁ ଦୁଇରୁ ତିନିଦିନ ସମୟ ଲାଗିଥାଏ | ୫ରୁ ୬ ଜଣ କଏଦୀ ଏହି ଫାଶୀ ଦଉଡି ପ୍ରସ୍ତୁତ କରିଥାନ୍ତି | ଏଠାରେ ସୂଚନା ଥାଉ କି ଡିସେମ୍ବର ୧୬, ୨୦୧୨ ମସିହାରେ ଦିଲ୍ଲୀରେ ଏକ ଚଳନ୍ତା ବସରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ୪ ଜଣ ଦୋଷୀଙ୍କୁ ବର୍ଷ ଶେଷ ସୁଦ୍ଧା ଫାଶୀ ଦିଆଯାଇପାରେ |