ରଣଜୀ ଟ୍ରଫି: ପ୍ରଥମ ଦିନ ୧୫ ୱିକେଟ ଝଡ଼ିଲା
ସୂର୍ଯ୍ୟକାନ୍ତଙ୍କୁ ୬ ଵିକେଟ୍, ହରିଆଣା ପାଳି ୯୦ରେ ସଫା, ଓଡ଼ିଶାକୁ ପାଳି ଅଗ୍ରଣୀ
କଟକ: ଚଳିତ ଋତୁରେ ପୁଣି ଥରେ ଓଡ଼ିଶା ବୋଲରମାନେ ଦମ୍ ଦେଖାଇଛନ୍ତି। ହରିଆଣାକୁ ନିଜ ମାଟିରେ ଘାଇଲା କରିଦେଇଛନ୍ତି। ବିଶେଷକରି ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ୬ ୱିକେଟ୍ ସଫଳତା ସାଙ୍ଗକୁ ରାଜେଶ ମହାନ୍ତିଙ୍କ ୨ ୱିକେଟ୍ ଦଖଲ ଯୋଗୁଁ ଓଡ଼ିଶା ଘରୋଇ ଦଳର ପ୍ରଥମ ପାଳିକୁ ୯୦ ରନ୍ରେ ସଫା କରିଦେଇଛି। ସୂର୍ଯ୍ୟକାନ୍ତ ଚଳିତ ଋତୁରେ ଦ୍ବିତୀୟ ଥର ୫ ଵିକେଟ୍ ସଫଳତା ପାଇଥିଲେ। ଏହି ମ୍ୟାଚ୍ରେ ସେ ୩୬ ରନ୍ ବିନିମୟରେ ୬ ଵିକେଟ ଅକ୍ତିଆର କରିଛନ୍ତି। ଜବାବରେ ଓଡ଼ିଶା ବ୍ୟାଟ୍ସମ୍ୟାନ୍ ବି ନିଜ ଵିକେଟ୍କୁ ନିୟନ୍ତ୍ରଣରେ ରଖିପାରିନଥିଲେ। ତେବେ ବିପ୍ଲବ ସାମନ୍ତରାୟ, ରାଜେଶ ଧୂପର ଓ ସୁଜିତ ଲେଙ୍କାଙ୍କ ରକ୍ଷଣାତ୍ମକ ବ୍ୟାଟି˚ ସହାୟତାରେ ଓଡ଼ିଶା ୫୧ ରନ୍ର ପ୍ରଥମ ପାଳି ଅଗ୍ରଣୀ ପାଇପାରିଛି। ପ୍ରଥମ ଦିନ ମୋଟ ୧୫ ୱିକେଟ୍ ଝଡ଼ିଯାଇଥିଲା ବେଳେ ଷ୍ଟମ୍ସ ଅପସାରଣ ବେଳକୁ ଓଡ଼ିଶା ପ୍ରଥମ ପାଳିରେ ୫ ୱିକେଟ୍ ହରାଇ ୧୪୧ ରନ୍ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମ୍ୟାଚ୍ ପାଇଁ ଓଡ଼ିଶା ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ଅଭିଷେକ ରାଉତଙ୍କ ସ୍ଥାନରେ ପପୁ ରାଏ ଏବଂ ଦେବବ୍ରତ ପ୍ରଧାନଙ୍କ ସ୍ଥାନରେ ରାଜେଶ ଧୂପର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିଲେ। ହରିଆଣା ଟସ୍ ଜିତି ବ୍ୟାଟି˚ ନେଇଥିଲା। ତେବେ ଘାସର ଭରପୂର ଫାଇଦା ଉଠାଇବାକୁ ଯାଇ ଓଡ଼ିଶା ବୋଲି˚ ବାହିନୀ ଆକ୍ରମଣ ଆରମ୍ଭ କରିଦେଇଥିଲେ। ଅଙ୍କିତ କୁମାରଙ୍କୁ ୧୦ ଓ ନିତିନ ସୈନିଙ୍କୁ ଖାତା ଖୋଲିବା ଆଗରୁ ରାଜେଶ ମହାନ୍ତି ଆଉଟ୍ କରି ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହାପରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପାଳି ଆସିଥିଲା। ଶିବମ ଚୌହାନ (୩), ହିମା˚ଶୁ ରଣା (୩), ଶୁଭମ ରୋହିଲା (୨୦), ହର୍ଷଲ ପଟେଲ (୦)ଙ୍କୁ ସେ ଆଉଟ୍ କରିଥିଲେ। ପ୍ରମୋଦ ଚାଣ୍ତିଲାଙ୍କୁ (୧୬) ବସନ୍ତ ମହାନ୍ତି ଏଲ୍ବିଡବ୍ଲୁ କରିବା ପରେ ଅଜିତ ଚହଲ (୫)ଙ୍କୁ ଆଉଟ କରି ସୂର୍ଯ୍ୟ ତାଙ୍କର ୫ ଵିକେଟ୍ ପୂରଣ କରିଥିଲେ। ଏହାପରେ ଆଶିଷ ହୁଦା (୧୨)ଙ୍କୁ ପପୁ ରାଏ ଆଉଟ୍ କରିଥିଲା ବେଳେ ବିପିନ କୁମାରଙ୍କୁ ସୂର୍ଯ୍ୟ ଷଷ୍ଠ ଶିକାର କରିବା ସହ ୯୦ ରନ୍ରେ ଘରୋଇ ଦଳକୁ ସୀମିତ ରଖିଥିଲେ।
ଓଡ଼ିଶା ମଧ୍ୟ ସମାନ ଢଙ୍ଗରେ ବିପର୍ଯ୍ୟୟର ସାମ୍ନା କରିଥିଲା। ଦେବାଶିଷ ସାମନ୍ତରାୟ ମାତ୍ର ୫ ରନ୍ କରିଥିଲା ବେଳେ ବୋଲ୍ଡ ହୋଇଥିଲେ। ଏହାପରେ ଶାନ୍ତନୁ ମିଶ୍ରଙ୍କ ସହ ଅଧିନାୟକ ଶୁଭ୍ରା˚ଶୁ ସେନାପତି ରକ୍ଷଣାତ୍ମକ ଖେଳି ରନ୍ ଗତି ଧୀରେଧୀରେ ବଢାଇବାକୁ ଚେଷ୍ଟା କରିଥିଲେ। ହେଲେ ଶାନ୍ତନୁ ୧୭, ଗୋବିନ୍ଦ ପୋଦ୍ଦାର ୪୩ ଓ ଶୁଭ୍ରା˚ଶୁ ୧୨ ରନ୍ରେ ଆଉଟ୍ ହୋଇଯାଇଥିଲେ। ୪୭ ରନ୍ ମଧ୍ୟରେ ୪ ଵିକେଟ୍ ଚାଲିଯିବା ପରେ ବିପ୍ଲବ ସାମନ୍ତରାୟ ଓ ରାଜେଶ ଧୂପର ଭାର ନିଜ କାନ୍ଧକୁ ନେଇଥିଲେ। ଉଭୟ ପଞ୍ଚମ ଵିକେଟରେ ୪୬ ରନ୍ ଯୋଡ଼ିଥିଲେ। ତେବେ ବ୍ୟକ୍ତିଗତ ୨୪ ରନ୍ ବେଳେ ଧୂପର ତାଙ୍କ ଵିକେଟ୍ ହରାଇଥିଲେ। କିନ୍ତୁ ସେତେବେଳକୁ ଓଡ଼ିଶା ପାଳି ଅଗ୍ରଣୀ ପାଇସାରିଥିଲା। ଦିନର ଖେଳ ଶେଷ ହେବା ବେଳକୁ ବିପ୍ଲବ ସାମନ୍ତରାୟ ୪୫ ଓ ସୁଜିତ ଲେଙ୍କା ୨୧ ରନ୍ କରି ଅପରାଜିତ ଅଛନ୍ତି।
ସ˚କ୍ଷିପ୍ତ ସ୍କୋର: ହରିଆଣା ପ୍ରଥମ ପାଳି ୩୧ ଓଭରରେ ୯୦ (ଶୁଭମ ରୋହିଲା ୨୦, ପ୍ରମୋଦ ଚାଣ୍ତିଲା ୧୬, ଟିନୁ କୁଣ୍ତୁ ୧୫*, ସୂର୍ଯ୍ୟକାନ୍ତ ପ୍ରଧାନ ୬/୩୬, ରାଜେଶ ମହାନ୍ତି ୨/୩୦, ବସନ୍ତ ମହାନ୍ତି ୧/୧୭, ପପୁ ରାଏ ୧/୩)। ଓଡ଼ିଶା ପ୍ରଥମ ପାଳି ୫୩ ଓଭରରେ ୧୪୧/୫ (ଶାନ୍ତନୁ ମିଶ୍ର ୧୭, ଶୁଭ୍ରା˚ଶୁ ସେନାପତି ୧୨, ବିପ୍ଲବ ସାମନ୍ତରାୟ ୪୫*, ରାଜେଶ ଧୂପର ୨୪, ସୁଜିତ ଲେଙ୍କା ୨୧*, ହର୍ଷଲ ପଟେଲ ୨/୩୭, ଆଶିଷ ହୁଦା ୧/୩୦, ଅଜିତ ଚହଲ ୧/୨୭, ଟିନୁ କୁଣ୍ତୁ ୧/୨୧)।