ସଲମାନ୍‌ ଖାନ୍‌ ନୁହନ୍ତି, ଏହି ବଲିଉଡ୍ ସୁପରଷ୍ଟାର୍ ‘ଧୂମ୍‌-୪’ରେ ନଜର ଆସିବେ!

ମୁମ୍ବାଇ: ୟଶରାଜ୍‌ ଫିଲ୍ମସର ସବୁଠାରୁ ବଡ ବ୍ଲକବଷ୍ଟର୍ ସିରିଜ୍‌ ଫିଲ୍ମ ହେଉଛି ‘ଧୂମ୍‌’। ଇତି ମଧ୍ୟରେ ଏହାର ତିନିଟି ସିନେମା ରିଲିଜ୍‌ ହୋଇସାରିଛି। ଏଗୁଡ଼ିକ ହେଲା ‘ଧୂମ୍‌’, ‘ଧୂମ୍‌-ଟୁ’ ଓ ‘ଧୂମ୍‌-ଥ୍ରି’।
ଏବେ ଖବର ମିଳିଛି ଯେ,ଏହାର ପରବର୍ତ୍ତୀ ସିକ୍ୱେଲ୍‌ ବି ଖୁବ୍‌ଶୀଘ୍ର ଫ୍ଲୋରକୁ ଯିବ । ପ୍ରାପ୍ତ ସୂଚନା ଅନୁଯାୟୀ ନିର୍ମାତା ଆଦିତ୍ୟ ଚୋପ୍ରା ‘ଧୂମ୍‌-ଫୋର୍‌’ରେ ସୁପରଷ୍ଟାର୍ ଅକ୍ଷୟ କୁମାରଙ୍କୁ ନେଉଛନ୍ତି। ଆଗରୁ ଏହି ସିରିଜରେ ଜନ୍‌ ଆବ୍ରାହମ୍‌, ରିତିକ ରୋଶନ୍‌ ଓ ଅମୀର ଖାନ୍‌ ଧୂମ୍‌ ମଚେଇଛନ୍ତି।
ଏହି କଥାର ଖୁଲାସା କରିଛନ୍ତି ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ ଅତୁଲ ମୋହନ ।

Image result for akshay kumar
image source-amarujala

ଅତୁଲ ମୋହନ ସୋସିଆଲ୍ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ଅତୁଲ ମୋହନ ଟୁଇଟ୍ କରି ଅକ୍ଷୟ କୁମାରଙ୍କ ପ୍ରଶଂସକମାନଙ୍କୁ ଏହି ଖୁସି ଖବର ଦେବା ସହ କହିଛନ୍ତି ଯେ, ‘ଧୂମ -୪’ ପାଇଁ ଅକ୍ଷୟ କୁମାରଙ୍କୁ ଚୁକ୍ତିବଦ୍ଧ କରାଯାଇଛି। ତେବେ ଏଯାଏଁ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ଅକ୍ଷୟ ‘ଧୂମ -୪’ରେ କି କମାଲ୍ ଦେଖାଉଛନ୍ତି ତାହା ଦେଖିବାକୁ ବାକି ରହିଲା।
ଅକ୍ଷୟ କୁମାରଙ୍କ ହାତରେ ବର୍ତ୍ତମାନ ‘ପୃଥ୍ବୀରାଜ୍’, ‘ଲକ୍ଷ୍ମୀବମ୍’ ଏବଂ ‘ସୂର୍ଯବଂଶୀ’ ଭଳି କେତୋଟି ସିନେମା ରହିଛି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ସଲମାନଙ୍କୁ ନେଇ ‘ଧୂମ୍‌-୪’କୁ ଆହୁରି ଆଗକୁ ନେବା ପାଇଁ ଚାହୁଁଛନ୍ତି ନିର୍ମାତା। କୁହାଯାଉଥିଲା ଯେ,  ଏହି ସିନେମାର ସଲମାନ୍‌ ଖାନ୍‌ଙ୍କ ଲୁକ୍‌ ବି ପ୍ରସ୍ତୁତ ହୋଇସାରିଛି।

ସମ୍ବନ୍ଧିତ ଖବର