ଆରଏସଏସ୍ କାର୍ଯ୍ୟାଳୟ ଏବଂ ଏହାର ବରିଷ୍ଠ କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ ସଂଗଠନ

ଗୁଇନ୍ଦା ବ୍ୟୁରୋର ସୂଚନା

ନୂଆଦିଲ୍ଲୀ: ବିଶ୍ବର ସବୁଠାରୁ ବଡ଼ ସାମାଜିକ ସଂଗଠନ ବୋଲି କୁହାଯାଉଥିବା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆରଏସଏସ୍ )ର ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଏହାର କାର୍ଯ୍ୟାଳୟମାନଙ୍କ ଉପରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହେବାର ଆଶଙ୍କା ରହିଛି। ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ପୁଲିସକୁ ସୂଚିତ କରାଯାଇଛି। ଆରଏସଏସର ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ଏହାର କାର୍ଯ୍ୟାଳୟ ବିଦେଶର କେତେକ ବଡ଼ ଆତଙ୍କବାଦୀ ସଂଗଠନର ଟାର୍ଗେଟରେ ରହିଛି । ଏମାନେ ଆକ୍ରମଣ ପାଇଁ ଆଇଇଡି ଅଥବା ଗାଡ଼ି ଜଳାଉଥିବା ବିସ୍ଫୋରକ ଆଇଇଡିର ପ୍ରୟୋଗ କରିପାରନ୍ତି ବୋଲି ଗୁଇନ୍ଦା ବ୍ୟୁରୋ ଆଶଙ୍କା କରିଛି।
ଗୁଇନ୍ଦା ବ୍ୟୁରୋ (ଆଇବି)ର ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ ଏବଂ ପୂର୍ବୋତ୍ତର ରାଜ୍ୟମାନଙ୍କରେଏହି ଆକ୍ରମଣର ଅଧିକ ଆଶଙ୍କା ରହିଛି । ଏହା ସହ ଆଇବି ପକ୍ଷରୁ ସଂପୃକ୍ତ ରାଜ୍ୟମାନଙ୍କୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ପରାମର୍ଶ ଦିଆଯାଇଛି। ଏହି ସତର୍କ ସୂଚନା ମିଳିବା ପରେ ମହାରାଷ୍ଟ୍ର, ଦିଲ୍ଲୀ, ପଞ୍ଜାବ,ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଆସାମରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏହାଛଡ଼ା ଆରଏସଏସ୍ କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷା ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଉଛି।

Image result for intelligence bureau (ib)
image source-hindustan times

ସୂଚନାଯୋଗ୍ୟ, ଗତ କିଛି ମାସ ହେବ ଆରଏସଏସ୍ ପଦାଧିକାରୀଙ୍କ ଉପରେ ଆକ୍ରମଣର କେତେକ ଘଟଣା ସାମନାକୁ ଆସିଛି। ଗତ ଡିସେମ୍ବର ମାସରେ ସିଏଏ ସମର୍ଥନରେ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ଶୋଭାଯାତ୍ରାରେ ସାମିଲ ହେବାକୁ ଯାଇଥିବା ଜଣେ ଆରଏସଏସ୍ କାର୍ଯ୍ୟକର୍ତ୍ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏହି ମାମଲାରେ ଗତ ଜାନୁଆରି ମାସରେ ପୁଲିସ୍ ଛଅଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର