ମୁହିଦ୍ଦିନ ୟାସିନ୍‌ ମାଲେସିଆ ନୂଆ ପ୍ରଧାନମନ୍ତ୍ରୀ

କ୍ବାଲାଲମ୍ପୁର : ମା‌ଲେସିଆର ୯୪ ବର୍ଷୀୟ ମହାଥୀର ମହମ୍ମଦ ଗତ ସପ୍ତାହରେ ମାଲେସିଆ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଯେଉଁ ରାଜ‌ନୈତିକ ଝଡ଼ ସୃଷ୍ଟି ହୋଇଥିଲା ତାହାର ଆଜି ଅନ୍ତ ଘଟିଛି। ଇସ୍ତଫା ଦେବାପରେ ମହାଥୀର ପୁଣିଥରେ କ୍ଷମତାରେ ରହିବାକୁ ଚାହିଥିଲେ ମଧ୍ୟ ତାଙ୍କ ଆଶା ମଉଳି ଯାଇଛି। ମାଲେସିଆ ରାଜା ସୁଲତାନ ଅବଦୁଲ୍ଲା ସୁଲତାନ ଅହମଦ ଶାହ ଦେଶର ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ମୁହିଦ୍ଦିନ ୟାସିନ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭା‌ବେ ନିଯୁକ୍ତି ଦେଇଛନ୍ତି। ରାଜପ୍ରାସାଦ ପକ୍ଷରୁ ଏକ ବିବୃତି ଜାରି କରି ଏହା ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର