ମହଙ୍ଗା ହେବ ମୋବାଇଲ ଫୋନ, ଜିଏସଟି ପରିମାଣ ୧୮%କୁ  ବୃଦ୍ଧି 

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳକ ବୃଦ୍ଧି କରିଛନ୍ତି । ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ସଂଧ୍ୟାରେ ଉପଭୋକ୍ତାମାନଙ୍କୁ ଆଉ ଏକ ଝଟକା ମିଳିଛି । ଆଜି ବସିଥିବା ଜିଏସଟି ପରିଷଦ ବୈଠକରେ ମୋବାଇଲ ଫୋନ ଓ ମୋବାଇଲ ଫୋନ ଯନ୍ତ୍ରାଂଶ ଉପରେ ଲାଗୁ ଜିଏସଟି ହାରକୁ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏ ସଂପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଜିଏସଟି ପରିଷଦର ଏହି ନିଷ୍ପତ୍ତି ଫଳରେ ଦେଶରେ ମୋବାଇଲ ଫୋନ ଦରବୃଦ୍ଧି ହେବାର ସମ୍ଭାବନା ରହିଛି ।  ଅର୍ଥମନ୍ତ୍ରୀ କହିଛନ୍ତି ଯେ ଦିଆସିଲି ଉପରେ ୧୨ ପ୍ରତିଶତ ଜିଏସଟି ଲାଗୁ ହେବ ।

ଅନ୍ୟପକ୍ଷରେ ୨୦୧୮-୧୯ ପାଇଁ ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ  ଜୁନ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।  ଏହି ଶେଷ ତାରିଖ ପରେ ଜିଏସଟି ଫାଇଲ କଲେ ଟିକସ ପରିମାଣ ଉପରେ ସୁଧ ଲାଗୁ ହେବ ।  ତେବେ ବାର୍ଷିକ ଟର୍ଣ୍ଣଓଭର ୧ କୋଟିରୁ କମ ଥିଲେ, ଲେଟ ଫି ବା ବିଳମ୍ବ ଶୁଳକ ଲାଗୁ ହେବ ନାହିଁ ।

ସମ୍ବନ୍ଧିତ ଖବର