କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦେଲେ ସବ୍ୟସାଚୀ, ରାନୀ ପଣ୍ଡା ଦେଲେ ୫୦ ହଜାର

ଭୁବ‌ନେଶ୍ବର: କରୋନା ମୁକାବିଲା ପାଇଁ ସରକାରଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସମସ୍ତ ସଚେତନ ନାଗରିକ ନିଜନିଜ ସ୍ତରରେ ଏ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବା ସହ କରୋନା ରୂପକ ଯୁଦ୍ଧରେ ବିଜୟୀ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ଏଥିସହ ଯାତ୍ରା ଜଗତରେ ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚିତ ରାନୀ ପଣ୍ଡା ମଧ୍ୟ ଏ କ୍ଷେତ୍ରରେ ନିଜର ଯୋଗାଦାନ ଦେବାକୁ ଆଗେଇ ଆସିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତାର ହାତ ବଢ଼ାଇଛନ୍ତି। ଏଥିସହ ଉଭୟ ସବ୍ୟସାଚୀ ଓ ରାନୀ ପଣ୍ଡା ସରକାରଙ୍କ ସମସ୍ତ ନିର୍ଦ୍ଦେଶକୁ ପାଳନ କରିବା ସହ ୨୧ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌‌ରେ ରହି କରୋନାକୁ ହଟାଇବାରେ ସହାୟକ ହେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର