ସୁରତ ଫେରନ୍ତା ବଢ଼ାଉଛନ୍ତି ରାଜ୍ୟବାସୀଙ୍କ ଚିନ୍ତା

ଭୁବନେଶ୍ୱର: ସୁରତ ଫେରନ୍ତା ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇଛନ୍ତି । ମାତ୍ର ୮ ଦିନରେ ମଧ୍ୟରେ ରାଜ୍ୟର କରୋନା ପଜିଟିଭ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏଯାଏଁ ୨୧ଟି ଜିଲ୍ଲାରୁ ମୋଟ ୩୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ସୁରଟ ଫେରନ୍ତା ହେଉଛନ୍ତି ୧୭୩ ଜଣ ।

ସୁରତ ଫେରନ୍ତା ୧୧ଟି ଜିଲ୍ଲାକୁ ପହଞ୍ଚିଛନ୍ତି । ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୧୨୪ ଜଣ ପଜିଟିଭ ବ୍ୟକ୍ତି ହେଉଛନ୍ତି ସୁରତ ଫେରନ୍ତା । ଅନୁଗୁଳ ଜିଲ୍ଲାରେ ୧୩ ଜଣ, ଭଦ୍ରକ ଜିଲ୍ଲାରେ ୧୦, ମୟୂରଭଂଜ ଜିଲ୍ଲାରେ ୮ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୫ ଜଣ, ଜଗତସିଂହପୁର ଜିଲ୍ଲାରେ ୪, ଯାଜପୁର ଜିଲ୍ଲାରେ ୨, ବୌଦ୍ଧ ଜିଲ୍ଲା ୩ ଜଣ, ବାଲେଶ୍ୱର ଜିଲ୍ଲାରୁ ୨ ଜଣ ଓ କଟକ ଓ ନୟାଗଡ଼କୁ ଜଣେ ଲେଖାଏଁ ଜିଲ୍ଲାରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତକାଲି ମଧ୍ୟରାତ୍ରୀ ସୁଦ୍ଧା ୫୯ ହଜାର ୭୮୦ଟି ଆରଟି ପିସିଆର ନମୁନା ପରୀକ୍ଷା ହୋଇଛି । ଏପର୍ଯ୍ୟନ୍ତ ୨୦ଟି ଜିଲ୍ଲାରୁ ମୋଟ ୨୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏପର୍ଯ୍ୟନ୍ତ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୨୯୧ ଜଣ ସକ୍ରିୟ ଆକାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । କରୋନା ସଂକ୍ରମଣରେ କେବଳ ୩ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛନ୍ତି ।

ତେବେ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ଜିଲ୍ଲାରୁ ଦ୍ୱିତୀୟ ସର୍ବାଧିକ ୫୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୦ ଜଣ, ବାଲେଶ୍ୱର ଜିଲ୍ଲାରୁ ୪୨ ଜଣ, ଭଦ୍ରକ ଜିଲ୍ଲାରୁ ୩୧ ଜଣ, ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରୁ ୧୩-୧୩ ଜଣ, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଜିଲ୍ଲାରୁ ୮ ଜଣ ଲେଖାଁଏ, ଜଗତସିଂହପୁର ଜିଲ୍ଲାରୁ ୫ ଜଣ, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର, କଟକ ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଁଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତଦ ବ୍ୟତୀତ କୋରାପୁଟ, ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବନ୍ଧିତ ଖବର