ଜୁଲାଇ ଶେଷ ସୁଦ୍ଧା ୪ ରାଫେଲ୍‌ ଯୁଦ୍ଧ ବିମାନ ଭାରତରେ ପହଞ୍ଚିବ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ଶେଷ ବେଳକୁ ଫ୍ରାନ୍‌ସରୁ ୪ଟି ରାଫେଲ୍‌ ଯୁଦ୍ଧବିମାନ ଭାରତରେ ପହଞ୍ଚିବ। ମେ’ ଶେଷ ସପ୍ତାହ ସୁଦ୍ଧା ରାଫେଲ୍‌ ବିମାନ ଭାରତରେ ପହଞ୍ଚିବାର ଥିଲା। ମାତ୍ର, କୋଭିଡ-୧୯ ସଂକ୍ରମଣ ‌‌ଏଥିରେ ବାଧକ ସଜିଛି। ୪ଟି ରାଫେଲ୍‌ ଯୁଦ୍ଧବିମାନ ମଧ୍ୟରୁ ୩ଟି ଯୁଗ୍ମ ସିଟର ଟ୍ରେନର ହୋଇଥିବା ବେଳେ ଅନ୍ୟଟି ସିଙ୍ଗିଲ୍‌ ସିଟର ଫାଇଟର ପର୍ଯ୍ୟାୟର। ଏହି ୪ଟି ଯୁଦ୍ଧବିମାନ ଜୁଲାଇ ଶେଷ ସପ୍ତାହ ବେଳକୁ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ।

ଫ୍ରାନ୍‌ସରୁ ଭାରତ ୩୬ଟି ରାଫେଲ୍‌ ଯୁଦ୍ଧବିମାନ କିଣିବାକୁ ଥିଲାବେଳେ ପ୍ରଥମ ଯୁଦ୍ଧବିମାନକୁ ଫ୍ରାନ୍‌ସର ୧୭ ଗୋ‌ଲ୍‌ଡେନ୍‌ ଆରୋଜ୍‌ ସ୍କ୍ବାଡ୍ରନର କମାଣ୍ଡିଂ ଅଫିସରଙ୍କ ଗହଣରେ ଜଣେ ଫ୍ରାନ୍ସ ପାଇଲଟ୍‌ ଆଣି ପହଞ୍ଚାଇବେ। ଏ ଯୁଦ୍ଧବିମାନ ଚାଳନା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ୭ ଜଣ ଭାରତୀୟ ପାଇଲଟ ପ୍ରଶିକ୍ଷଣ ନେଇ ଫେରିଛନ୍ତି। ଲକ୍‌ଡାଉନ୍‌ ‌ଉଠିବା ପରେ ବାକି ପାଇଲଟ୍‌ ପ୍ରଶିକ୍ଷଣ ପାଇଁ ଫ୍ରାନ୍‌ସ ଯିବେ। ଏହି ରାଫେଲ୍‌ ଯୁଦ୍ଧ ବିମାନ ଚୀନ୍‌ ଓ ପାକିସ୍ତାନକୁ ମାତ୍‌ ଦେଇପାରିବ।

ସମ୍ବନ୍ଧିତ ଖବର