ଭାରତର ବିରୋଧ ସତ୍ତ୍ୱେ ନେପାଳ ସଂସଦରେ ମାନଚିତ୍ର ବିଲ ଗୃହୀତ

କାଠମାଣ୍ଡୁ : ଭାରତର ତୀବ୍ର ବିରୋଧ ସତ୍ତ୍ୱେ ନେପାଳ ସଂସଦରେ ସଂଶୋଧିତ ମାନଚିତ୍ର ବିଲ ଗୃହୀତ ହୋଇଯାଇଛି । ସଂଶୋଧିତ ମାନଚିତ୍ରରେ ଭାରତୀୟ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରାକୁ ନେପାଳର ଅଞ୍ଚଳଭାବେ ସାମିଲ କରାଯାଇଛି ।

ଏହି ସମ୍ବିଧାନ ସଂଶୋଧନ ବିଲ ଗୃହୀତ ହେବା ପାଇଁ ନେପାଳର ହାଉସ ଅଫ ରିପ୍ରେଜେଣ୍ଟିଭରେ ଦୁଇ-ତୃତୀୟାଂଶ ସମର୍ଥନ ଆବଶ୍ୟକ ପଡୁଥିଲା । ତେବେ ବିରୋଧୀ ଦଳର ସମର୍ଥନ ପରେ ଏହି ବିଲଟି ଗୃହୀତ ହୋଇଯାଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ବ୍ୟତୀତ ବିଲକୁ ନେପାଳର ବିରୋଧୀ ଦଳ ନେପାଳି କଂଗ୍ରେସ, ରାଷ୍ଟ୍ରୀୟ ଜନତା ପାର୍ଟି ନେପାଳ, ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ସମର୍ଥନ କରିଥିଲେ । ଗତ ଜୁନ ୯ରେ ନେପାଳ ସଂସଦ ଏହି ସମ୍ବିଧାନ ସଂଶୋଧନ ବିଲ କୁ ଆଲୋଚନା ପାଇଁ ସର୍ବସମ୍ମତି କ୍ରମେ ଗ୍ରହଣ କରିଥିଲା ।

ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ କାଲାପାନି, ଲିପୁଲେଖ ଓ ଲିମ୍ପିଆଧୁରା ଭାରତୀୟ ଅଞ୍ଚଳ ହୋଇଥିବାବେଳେ ନେପାଳ ତାହାକୁ ନିଜର ବୋଲି କହୁଛି । ଗତ ମେ ୮ରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ ଲିପୁଲେଖ ପାସ ସହ ଉତ୍ତରାଖଣ୍ଡର ଦାରୁଚଲାକୁ ଯୋଡୁଥିବା ୮୦ କିଲୋମିଟର ରାସ୍ତାକୁ ଉଦଘାଟନ କରିବା ପରେ ନେପାଳ ତାହାରୁ ବିରୋଧ କରିଥିଲା । ତାହା ପରଠାରୁ ଦୁଇଦେଶ ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି ।

ସମ୍ବନ୍ଧିତ ଖବର