ସୁଶାନ୍ତ ଓ ରିୟା କରିଥାଆନ୍ତେ ବିବାହ, ସେଥିପାଇଁ ଖୋଜୁଥିଲେ ଘର : ବ୍ରୋକର୍‌

ମୁମ୍ବାଇ: ଗତ ରବିବାର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟ ପରେ ତାଙ୍କ ବ୍ୟକ୍ତିଗତ ଜୀବନଠୁ ଆରମ୍ଭ କରି ପ୍ରଫେସନାଲ ଲାଇଫ୍‌ ଯାଏଁ ଅନେକ ଗୁମର ଧିରେ ଧିରେ ଫିଟିବାରେ ଲାଗିଛି। ପୁଲିସ ସୁଶାନ୍ତଙ୍କ ମୃତ୍ୟୁ ପରେ ୬ଜଣଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି। ଅନେକ ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରଛନ୍ତି। ଏହି କ୍ରମରେ ସୁଶାନ୍ତଙ୍କ ବାନ୍ଧବୀ ତଥା ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ଆଜି ଏକ ବଡ ଖବର ସାମ୍ନାକୁ ଆସିଛି ।

Sushant Singh Rajput Demise: Rhea Chakraborty Was Looking For A ...
SpotboyE

ରିୟା ଚକ୍ରବର୍ତ୍ତୀଙ୍କ ବ୍ରୋକର୍‌ ସନୀ ସିଂ କହିଛନ୍ତି ଯେ, ସୁଶାନ୍ତ ଓ ରିୟା ବିବାହ କରିଥାନ୍ତେ। ତେଣୁ ସେମାନେ ବାନ୍ଦ୍ରାରେ ଏକ ଘର ଖୋଜୁଥିଲେ। ଯେଉଁ ଘରେ ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ସେହି ଘର ଉଭୟ ମିଶିକରି ନେଇଥିଲେ । ଘର ଭଡାକୁ ନେଇ ସୁଶାନ୍ତ କେବେ ବି ଅଭିଯୋଗ କରି ନାହାଁନ୍ତି। ଏହା ସତ୍ତ୍ୱେ ଉଭୟ ନୂଆ ଘର ଦେଖୁଥିଲେ। କାରଣ ବିଳମ୍ବିତ ରାତ୍ର ଯାଏଁ ପାର୍ଟି ହେଉଥିବାରୁ ସୋସାଇଟି ପକ୍ଷରୁ ଅଭିଯୋଗ କରାଯାଉଥିଲା। ଏହା ପୂର୍ବରୁ ମଧ୍ୟ ସେ ଯେଉଁଠାରେ ରହୁଥିଲେ ସେହି ସୋସାଇଟି ମଧ୍ୟ ଆପତ୍ତି କରିଥିଲା।

Rhea Chakraborty's Property Agent Says Actor Confirmed Wedding ...
India.com

ରିୟା ନିଜେ ତାଙ୍କୁ ଫୋନ୍‌ କରି ଘର ବାବଦରେ ପଚାରିଥିଲେ। ଏହାସହ ସେ ଓ ସୁଶାନ୍ତ ଅତିଶୀଘ୍ର ବିବାହ କରିଥାନ୍ତେ ବୋଲି ବ୍ରୋକର ସନୀ ସିଂଙ୍କୁ ରିୟା କହିଥିଲେ । ଏପରିକି ଉଭୟ ଲିଭ୍‌ ଇନ୍‌ ରିଲେସନସିପରେ ଥିଲେ ବୋଲି ମଧ୍ୟ କୁହାଯାଉଛି । ଅନେକ ସ୍ଥାନରେ ଦୁହିଁଙ୍କୁ ଏକାଠି ବି ଦେଖିବାକୁ ମିଳିଛି। କିନ୍ତୁ କିଛି ଦିନ ପରେ ଉଭୟ ଅଲଗା ହୋଇ ରହୁଥିଲେ।

ସମ୍ବନ୍ଧିତ ଖବର