ଚୀନ୍ ମୁକାବିଲା ପାଇଁ ଭାରତ ହାତରେ ବିକଳ୍ପ, ଅଷ୍ଟ୍ରେଲିଆ-ଆମେରିକା-ଭାରତ-ଜାପାନ ମେଣ୍ଟ ସୁଦୃଢ଼ ହେବ

ନୂଆଦିଲ୍ଲୀ: ସୀମାରେ ସାମରିକ ଶକ୍ତିର ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଭାରତ ଶୁକ୍ରବାର ପୁଣିଥରେ ଚୀନ୍ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇଦେଇଛିା ଏଥିରେ ଚୀନ୍ ସେନା ଉଲ୍ଲଂଘନ କରି ସୀମାରେ ଶକ୍ତି ଠୁଳ ଉଦ୍ୟମ କଲେ ଯେ କେବଳ ସୀମାନ୍ତ ଅ‌ଳରେ ଶାନ୍ତି ଭଙ୍ଗ ହେବ ତାହା ନୁହେଁ, ଦୁଇ ଦେଶ ମଧ୍ୟରେ ରହିଥିବା ବ୍ୟାପକ ଦ୍ବିପାକ୍ଷିକ ସମ୍ପର୍କରେ ମଧ୍ୟ ଢେଉ ସୃଷ୍ଟି ହେବ ବୋଲି ଭାରତ ଚେତାଇ ଦେଇଛିା ଏଥି ସହିତ ବେଜିଂ ପୂର୍ବ ଲଦାଖରେ ନିଜର କାର୍ଯ୍ୟକଳାପ ବନ୍ଦ ରଖିବାକୁ ମଧ୍ୟ ଭାରତ ଦାବି କରିଛିା ତେବେ ସାମ୍ପ୍ରତିକ ସ୍ଥିତିରେ ସାମୟିକ ଭାବେ ସୀମାରେ ଉେତ୍ତଜନା ଶିିଥିିଳ ହୋଇପାରେ, ମାତ୍ର ଏ ସମସ୍ୟା ଚିର ଦିନ ପାଇଁ କେବେ ଉଭାଇଯିବନିାଚୀନ୍ ସେନା ପୁଣି ସେଠିକି ଫେରି ନିଜ ପୁରୁଣା କାରନାମା ଦେଖାଇବ। କାରଣ ବେଜିଂ ସରକାର ସେଠାରେ ଭାରତ ସହିତ କେବଳ ସୀମା ବିବାଦ ବ୍ୟତୀରେକ ଆହୁରି ଅନେକ କିଛି ପ୍ରସଙ୍ଗର ଅବତାରଣା କରିବାକୁ ଚାହୁଛନ୍ତିା ତେଣୁ ଏ ପରିପ୍ରେକ୍ଷୀରେ ଚୀନ୍ ସହ ସ୍ଥାୟୀ ମୁକାବିଲା ପାଇଁ ଭାରତ ପାଖରେ କ’ଣ ସବୁ ବିକଳ୍ପ ଉପାୟ ରହିଛି ତାହା ହିଁ ଆଲୋଚ୍ୟ ବିଷୟ ହୋଇଛିା

ବିଶେଷଜ୍ଞମାନଙ୍କ ଅନୁଧ୍ୟାନ ହେଲା, ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସାମରିକ ଲାଭ ହାସଲ କରିବା ପାଇଁ ଚୀନ୍ ଏପରି ଶକ୍ତି ସାମର୍ଥ୍ୟ ଠୁଳ କରିଚାଲିଛିା କାରଣ ଚୀନ୍–ପାକିସ୍ତାନ–ଅର୍ଥନୈତିକ–କରିଡର(ସିପିଇସି) ପ୍ରକଳ୍ପରେ ଚୀନ୍ ବିପୁଳ ଅର୍ଥ ଖଟାଇଛି, ଯାହା ଅକ୍ସାଇ ଚୀନ୍ ଓ ପାକ୍ ଅଧିକୃତ କାଶ୍ମୀର ଦେଇ ପାରସ୍ୟ ଉପସାଗର ନିକଟ ଗ୍ବାଦର ଯାଏ ଲମ୍ବିଛିା ତେଣୁ ଚୀନ୍ ସହ ଏ ପ୍ରସଙ୍ଗରେ କଥାବାର୍ତ୍ତା କରିବା ପାଇଁ ଭାରତକୁ ଏକ ଦୀର୍ଘମିଆଦୀ ଯୋଜାର ଆବଶ୍ୟକତା ରହିଛି, ଯେଉଁଥିରେ ବହୁବିଧ ଅଂଶୀଦାରମାନଙ୍କର ସଂଶ୍ଲିଷ୍ଟି ମଧ୍ୟ ଜରୁରୀ। ଚୀନ୍ ସହ ବିବାଦ ଭାରତକୁ ଆମେରିକାର ଆହୁରି ଘନିଷ୍ଠ କରିପାରେ, ମାତ୍ର ଭାରତ ଆମେରିକା ଉପରେ ପୂରା ନିର୍ଭରଶୀଳ ହେବା ଠିକ୍ ବି ନୁହେଁ। ସୁତରାଂ ଭାରତ ହାତରେ ପରବର୍ତ୍ତୀ ବିକଳ୍ପ ହେଲା ନୌଶକ୍ତି ସହଯୋଗ ପାଇଁ ଅଷ୍ଟ୍ରେଲିଆ–ଆମେରିକା–ଭାରତ–ଜାପାନ ମଧ୍ୟରେ ଗଠିତ କ୍ବାଡ୍ ସଂଗଠନକୁ ସୁଦୃଡ଼ କରିବା ା ମାତ୍ର ଏହା ଏଯାଏ ଏକ ବିଧିବଦ୍ଧ ସଂଗଠନ ଭାବେ କାର୍ଯ୍ୟ କରିନାହିଁ କି ନାଟୋ ପରି ଏହାର ସାମରିକ ପ୍ରତିରୋଧ କ୍ଷମତା ନାହିଁ। ତେଣୁ ବର୍ତ୍ତମାନର ସ୍ଥିତିରେ କ୍ବାଡ୍‌ରୁ ଭାରତ ବେଶୀ କିଛି ଆଶା କରିବାଟା ଠିକ୍ ହେବନାହିଁ ବୋଲି ଅନେକଙ୍କର ମତ। ସେହିପରି ବାଣିଜ୍ୟକୁ କେନ୍ଦ୍ର କରି ମତପାର୍ଥକ୍ୟ ରହିଥିବା ଆମେରିକା ମଧ୍ୟ ଭାରତକୁ ଆଶାନୁରୂପ ସହଯୋଗ କରିବା ନେଇ ଅନେକ ସନ୍ଦେହ ପ୍ରକଟ କରିଛନ୍ତିା ଡୋନାଲ୍ଡ ଟ୍ରମ୍ପ୍ ତାଙ୍କ ବିଦେଶ ନୀତିରେ କାରବାରକୁ ପ୍ରାଧାନ୍ୟ ଦେଉଥିବାରୁ ତାହା ମଧ୍ୟ ଭାରତ ପାଇଁ ଅନ୍ୟତମ ଚିନ୍ତାର ବିଷୟ ହୋଇଛିା ଆମେରିକାର କୃଷିଭିତ୍ତିକ ଅ‌ଳରେ ନିର୍ବାଚନୀ ଲୋକପ୍ରିୟତା ହାସଲ କରିବା ପାଇଁ ଟ୍ରମ୍ପ୍ କୁଆେଡ଼ ଜିନ୍ ପିଙ୍ଗ୍ ସରକାରଙ୍କୁ ଆମେରିକାରୁ ଅଧିକ କୃଷିଜାତ ସାମଗ୍ରୀ କିଣିବା ପାଇଁ ଅନୁରୋଧ କରିଥିବା ଆଲୋଚିତ ହେଉଛିା ଏଭଳି ସ୍ଥିତିରେ ଚୀନ୍ ବିରୋଧରେ ଭାରତକୁ ଆମେରିକା କେତେ ସହଯୋଗ କରିବ ତାହା ଆକଳନ କରିବା କଷ୍ଟ। ଅପରପକ୍ଷେ, ଆଗାମୀ ନଭେମ୍ବରରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ଙ୍କ ପରିବେର୍ତ୍ତ ପ୍ରତିଦ୍ବନ୍ଦୀ ଜୋ ବିଡେନ୍ ଯଦି ବିଜୟୀ ହୁଅନ୍ତି, ତେବେ ଭାରତର ଏଭଳି ଚୀନ୍ ମୁକାବିଲା ପାଇଁ ବହୁଦେଶୀୟ ଶକ୍ତିର ସହାୟତା ଲୋଡି଼ବା ପୋଥି ବାଇଗଣ ସଦୃଶ ହେବ ବୋଲି ଅନେକ ଆଶଙ୍କା ପ୍ରକଟ କରିଛନ୍ତି । କାରଣ ବିଡେନ୍‌ଙ୍କର ଭାରତ ବିରୋଧୀ ଆଭିମୁଖ୍ୟ ଏବେଠାରୁ ଜଳ ଜଳ ହୋଇ ଦିଶିଲାଣି।

ସମ୍ବନ୍ଧିତ ଖବର