ଝାଡ଼ଖଣ୍ଡରେ ମାସ୍କ ନପିନ୍ଧିଲେ ୧ ଲକ୍ଷ ଟଙ୍କା ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ

ନୂଆଦିଲ୍ଲୀ : କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ମାସ୍କ ବ୍ୟବହାର ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାସ୍କ ପିନ୍ଧିବା ଲାଗି ନିର୍ଦ୍ଦେଶ ଜାରି କରିଛନ୍ତି । କେତେକ ରାଜ୍ୟରେ ଏଥିପାଇଁ ଜରିମାନା ବ୍ୟବସ୍ଥା ରହିଛି । ଆମ ଓଡ଼ିଶାରେ ମାସ୍କ ନପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଉଛି । କିନ୍ତୁ ପଡ଼ୋଶୀ ଝାଡ଼ଖଣ୍ଡରେ ରାଜ୍ୟ ସରକାର ମାସ୍କ ପିନ୍ଧୁନଥିବା ଲୋକମାନଙ୍କ ପାଇଁ ଏପରି ଦଣ୍ଡର ବ୍ୟବସ୍ଥା କରିଛନ୍ତି, ଯେ ତାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୧ ଲକ୍ଷ ଟଙ୍କାର ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।

ଝାଡ଼ଖଣ୍ଡ କ୍ୟାବିନେଟ ବୁଧବାରଦିନ ସଂକ୍ରାମକ ରୋଗ ଅଧ୍ୟାଦେଶ୨୦୨୦ ଜାରି କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅନୁସାରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୧ ଲକ୍ଷ ଟଙ୍କାର ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ । ସେହିପରି ଲକଡାଉନ ନିୟମ ଉଲ୍ଲଙ୍ଘନ କଲେ ୨ ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ ।

ସୂଚନାଯୋଗ୍ୟ ଯେ ଦେଶରେ ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ଟପିଯାଇଛି । ଏହା ସହିତ ମୃତ୍ୟୁସଂଖ୍ୟା ୩୦ ହଜାର ନିକଟବର୍ତ୍ତି ହୋଇଛି ।

ସମ୍ବନ୍ଧିତ ଖବର