‘ମୋ ସମ୍ମତି ବିନା କୌଣସି ଓକିଲ କିମ୍ବା ଚାଟାର୍ଡ ଆକାଉଣ୍ଟାଣ୍ଟ ମାମଲାର ଉପସ୍ଥାପନ କରିବାକୁ ହକଦାର ନୁହଁନ୍ତି’: ସୁଶାନ୍ତଙ୍କ ବାପା

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମ କୋର୍ଟ ଯାଞ୍ଚ ପାଇଁ ଆଦେଶ ଦେବା ପରେ ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କ ବାପା ଏକ ବଡ଼ ବିବୃତ୍ତି ଦେଇଛନ୍ତି। କେବଳ ତାଙ୍କୁ ଏବଂ ତାଙ୍କ ଝିଅମାନଙ୍କୁ ସୁଶାନ୍ତଙ୍କ ପରିବାର ଭାବରେ ବିବେଚନା କରାଯିବା ଉଚିତ ବୋଲି ସୁଶାନ୍ତଙ୍କ ପିତା କେ.କେ ସିଂ ସ୍ପଷ୍ଟ କହିଛନ୍ତି।

ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ଗଣମାଧ୍ୟମର ଅନେକ ଲୋକ ସୁଶାନ୍ତଙ୍କ ବନ୍ଧୁ ଏବଂ ସମ୍ପର୍କୀୟ ବୋଲି ଦାବି କରି ନିଜ ନିଜର ଦାବି କରୁଛନ୍ତି। ଏହି କାରଣରୁ ସୁଶାନ୍ତଙ୍କ ପିତାଙ୍କୁ ଆଗକୁ ଆସି ଏହି ପ୍ରସଙ୍ଗରେ ଏକ ବିବୃତ୍ତି ଦେବାକୁ ପଡିଛି। ସେ କହିଛନ୍ତି ଯେ, ମୁଁ ସ୍ୱର୍ଗତ ସୁଶାନ୍ତଙ୍କର ଆଇନଗତ ଉତ୍ତରାଧିକାରୀ ଅଟେ। ସେହି କ୍ଷମତା ଅନୁଯାୟୀ ସୁଶାନ୍ତ ତାଙ୍କ ଜୀବନ କାଳରେ ଯେ କୌଣସି ଓକିଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏବଂ ଅନ୍ୟାନ୍ୟ ବୃତ୍ତିଗତଙ୍କୁ ନିଯୁକ୍ତି ଦେଇଥିଲେ, ତାହା ସୁଶାନ୍ତଙ୍କ ମୃତ୍ୟୁ ପରେ ଶେଷ ହୋଇଛି | ଏବେ ସେମାନେ ନିଜକୁ ସୁଶାନ୍ତଙ୍କ ଓକିଲ ବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୋଲି କହି ମାମଲାର ଉପସ୍ଥାପନ କରିପାରିବେ ନାହିଁ | କୌଣସି ଓକିଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ କିମ୍ବା ଅନ୍ୟ ବ୍ୟକ୍ତି ମୋର ସ୍ପଷ୍ଟ ସମ୍ମତି ବିନା ସୁଶାନ୍ତଙ୍କ ସମ୍ପତ୍ତିକୁ ପ୍ରତିନିଧିତ୍ୱ କରିବାର ଅଧିକାର ପାଇବେ ନାହିଁ |

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ଏବଂ ତାଙ୍କ ଝିଅମାନେ ସୁଶାନ୍ତଙ୍କ ପରିବାର। ଆମେ ବରୁଣ ସିଂଙ୍କୁ ଆମର ଓକିଲ ଭାବରେ ନିଯୁକ୍ତ କରିଛୁ ଏବଂ ତାଙ୍କ ମାଧ୍ୟମରେ ବରିଷ୍ଠ ଓକିଲ ବିକାଶ ସିଂଙ୍କୁ ଏହି ମାମଲାରେ ପରିବାରର ପ୍ରତିନିଧିତ୍ୱ କରିବାକୁ ଅନୁମତି ଦେଇଛୁ। ଏମାନଙ୍କ ବ୍ୟତୀତ ନିଜକୁ ପରିବାର ସଦସ୍ୟ ବୋଲି ଦାବି କରୁଥିବା ଅନ୍ୟ କୌଣସି ବ୍ୟକ୍ତିଙ୍କୁ କିଛି ବି କହିବାର ସମ୍ମତି ନାହିଁ ବୋଲି ନିଜ ବିବୃତିରେ ସ୍ପଷ୍ଟ କରିଛନ୍ତି କେ.କେ ସିଂ। “

ସମ୍ବନ୍ଧିତ ଖବର