ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୯ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଥିବା ଜଣାପଡ଼ିଛି। ଏହାସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୭୧୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରୁ କେନ୍ଦୁଝର ଜିଲ୍ଲାରୁ ଦୁଇ ଜଣ ଥିବା ବେଳେ ବାଲେଶ୍ବର, ଜଗତସିଂହପୁର, କନ୍ଧମାଳରୁ , ଖୋର୍ଦ୍ଧା, ମୟୂରଭଞ୍ଜ, ନବରଙ୍ଗପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
Regret to inform of the demise of nine Covid positive patients while under treatment in hospitals.
1.A 48 year old male of Balasore district.
2.A 30 year old female of Jagatsinghpur district who was also suffering from Myesthenia gravis.
— H & FW Dept Odisha (@HFWOdisha) September 21, 2020
କେନ୍ଦୁଝର ଜିଲ୍ଲାରୁ ଜଣେ ୩୮ ବର୍ଷିୟ ଓ ଜଣେ ୫୯ ବର୍ଷିୟ ପୁରୁଷ ମୃତ୍ୟୁମୁଖରେ ପଡ଼ିଥିବା ସମୟରେ ବାଲେଶ୍ବରରେ ଜଣେ ୪୮ ବର୍ଷିୟ ପୁରୁଷ ଓ ଜଗତସିଂହପୁରରେ ଜଣେ ୩୦ ବର୍ଷିୟା ମହିଳା କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଜଣେ ୯୦ ବର୍ଷିୟ ଓ ମୟୂରଭଞ୍ଜରେ ଜଣେ ୭୪ ବର୍ଷିୟ ବୃଦ୍ଧ କରୋନାରେ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ ନବରଙ୍ଗପୁରରେ ଜଣେ ୨୯ବର୍ଷିୟ ଯୁବକ ଓ ନୟାଗଡ଼ରେ ଜଣେ ୫୧ ବର୍ଷିୟ ପୁରୁଷ ମୃତ୍ୟୁମୁଖରେ ପଡ଼ିଥିବା କଥା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।
ଆଜି ରାଜ୍ୟରେ ୪୨୪୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୦୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୯ ଆକ୍ରାନ୍ତ ଅଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୪ ହଜାର ୧୨୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।