ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲା : ମହିଳା କମିଶନଙ୍କ ନିକଟରେ ହାଜର ହେଲେ ଓଟିଭି ପରିଚାଳନା ନିର୍ଦ୍ଦେଶିକା
ପ୍ରେସରିଲିଜ ଜାରି କରି କହିଲେ ଘଟଣାର ନିରପେକ୍ଷ ତଦନ୍ତ ହେଉ
ଭୁବନେଶ୍ବର: ରାଜଧାନୀରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜାଗିମଙ୍ଗତ ପଣ୍ଡା । ମହିଳା କମିଶନଙ୍କ ପକ୍ଷରୁ ହୋଇଥିବା ନୋଟିସ ଆଧାରରେ ବ୍ୟକ୍ତିଗତ ଭାବେ ଶ୍ରୀମତୀ ପଣ୍ଡା ହାଜର ହୋଇଥିଲେ । ହାଜର ପରେ ଜାଗିମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ ଜାରି ହୋଇଛି । ଏଥିରେ ଘଟଣାର ପୁଙ୍ଖାନୁପୁଙ୍ଗ ନିରପେକ୍ଷ ତଦନ୍ତ ପାଇଁ ଦାବି କରାଯାଇଛି । ପ୍ରେସ ରିଲିଜରେ କୁହାଯାଇଛି, ଦୋଷ ପ୍ରମାଣିତ ହେଲେ ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ। ଅଭିଯୋଗ ଅନୁସାରେ, ପୀଡିତାଙ୍କ ମା’ ତାଙ୍କ ନାବାଳିକ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ନେଇ ଟେଲିଫୋନ ଯୋଗେ ଓଟିଭି ପରିଚାଳନା ନିର୍ଦ୍ଦେଶିକାକୁ ଜଣାଇଥିଲେ । ସବୁ ଶୁଣିବା ପରେ ବି ସେ କୌଣସି ପଦକ୍ଷେପ ନେଇ ନଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp