ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା: ଝିଅଙ୍କ ବିବାହ ପାଇଁ ମୋଦୀ ସରକାର ଦେଉଛନ୍ତି ୪୦ ହଜାର ଟଙ୍କା, ଜାଣନ୍ତୁ କେତେ ସତ ?

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ମିଛ ଖବର ଭାଇରାଲ ହୋଇଥାଏ | ଆଉ ଏହି ଖବରର ସତ୍ୟତା ନ ଜାଣି ଅନେକ ଏହାକୁ ବିଶ୍ୱାସ ମଧ୍ୟ କରିନିଅନ୍ତି | ଠିକ ଏଭଳି ଏକ ଖବର ବାବଦରେ ଏବେ ଜଣାପଡିଛି ଯାହାକି ମିଛ ବୋଲି ଜଣାପଡିଛି | ମିଳିଥିବା ସୂଚନା ମୁତାବକ କିଛି ଦିନ ତଳେ ଏକ ବାର୍ତ୍ତା ଭାଇରାଲ ହେବାରେ ଲାଗିଥିଲା ଯେ ପ୍ରଧାନମନ୍ତ୍ରୀ କନ୍ୟା ବିବାହ ଯୋଜନା ଅଧୀନରେ ମୋଦୀ ସରକାର ଝିଅମାନଙ୍କ ବିବାହ ପାଇଁ ୪୦ ହଜାର ଟଙ୍କା ଦେଉଛନ୍ତି।

ଯିଏ ଏହି ମେସେଜ ଦେଖୁଛନ୍ତି ଓ ସେୟାର କରୁଛନ୍ତି ସେମାନଙ୍କୁ ଏହି ଅର୍ଥରାଶି ମିଳିବ | ଯେଉଁମାନେ ନିଜ ବନ୍ଧୁ ସମ୍ପର୍କୀୟଙ୍କ ପାଖକୁ ଏହି ମେସେଜକୁ ଫରୱାର୍ଡ଼ କରୁଛନ୍ତି ସେମାନଙ୍କ ପରିବାରରେ କେହି ଝିଅ ଥିଲେ ଏହି ଯୋଜନାରେ ୪୦ ହଜାର ଟଙ୍କା ମିଳିବ ବୋଲି କୁହାଯାଇଥିଲା | ବାର୍ତ୍ତାଟି ଭାଇରାଲ ହେବା ପରେ ପ୍ରଶ୍ନ ଉଠିଥିଲା ଯେ, ଏହି ଯୋଜନାଟି କ’ଣ?


ୟୁଟ୍ୟୁବରେ ଏହି ଭୁଲ ବାର୍ତ୍ତାକୁ ନେଇ ଭିଡିଓ ଭାଇରାଲ ହେବା ପରେ ପ୍ରେସ ଇନଫର୍ମେଶନ ବ୍ୟୁରୋ(ପିଆଇବି) ଏହା ଭିଡିଓର ସତ୍ୟତାକୁ ନେଇ ଯାଞ୍ଚ କରିଥିଲା | ଆଉ ପିଆଇବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଏହି ଦାବି ସମ୍ପୂର୍ଣ୍ଣ ମିଛ | କେନ୍ଦ୍ର ସରକାର ଏଭଳି କୌଣସି ଯୋଜନା କରିନାହାନ୍ତି |

ସମ୍ବନ୍ଧିତ ଖବର