ଭାରତୀୟ ଶିକ୍ଷକଙ୍କୁ ‘ବିଶ୍ବ ଶିକ୍ଷକ ପୁରସ୍କାର’, ଦାନ କଲେ ୧ ନିୟୁତ ଡଲାର ପୁରସ୍କାର ରାଶିର ଅଧା

ନୂଆଦିଲ୍ଲୀ : ଭାରତର ଜଣେ ଶିକ୍ଷକଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ବିଶ୍ବ ଶିକ୍ଷକ ପୁରସ୍କାର ବା ଗ୍ଲୋବାଲ ଟିଚର ପ୍ରାଇଜ୍ ମିଳିଛି । ସେ ହେଉଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ରଂଜିତ ସିଂ ଦିଶାଲେ । ବାଳିକା ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି ।

ବିଶ୍ବର ୧୪୦ଟି ଦେଶର ପ୍ରାୟ ୧୨ ହଜାର ମନୋନୟନ ପତ୍ର ମଧ୍ୟରୁ ତାଙ୍କୁ ବଛାଯାଇଛି । ପୁରସ୍କାର ରାଶି ବାବଦରେ ତାଙ୍କୁ ୧ ନିୟୁତ ଡଲାର ମିଳିବ । ତେବେ ଏହି ଏହି ରାଶିର ଅର୍ଦ୍ଧେକ ସେ ଅନ୍ୟ ଫାଇନାଲିଷ୍ଟମାନଙ୍କୁ ପ୍ରଦାନ କରିବାକୁ ସେ ଘୋଷଣା କରିଛନ୍ତି । ଅର୍ଥାତ ୧ ନିୟୁତ ଡଲାରର ଅଧା ୯ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ବଣ୍ଟନ କରାଯିବ ।

ଲଣ୍ଡନର ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମଠାରେ ଆୟୋଜିତ ଏକ ଭର୍ଚୁଆଲ ସମାରୋହରେ ପ୍ରସିଦ୍ଧ ବ୍ରିଟିଶ ଅଭିନେତା ଷ୍ଟିଫେନ ଫ୍ରାଇ ଦିଶାଲେଙ୍କ ନାମ ଘୋଷଣା କରିବା ପରେ ସୋଲାପୁର ସମେତ ସାରା ଦେଶରେ ଆନନ୍ଦ ଖେଳିଯାଇଥିଲା ।

ଏହି ପୁରସ୍କାରକୁ ୟୁନେସ୍କୋ ଓ ବର୍କେ ଫାଉଣ୍ଡେସନ ପକ୍ଷରୁ ପ୍ରଦାନ କରାଯାଇଥାଏ । ବାଳିକା ଶିକ୍ଷା ବିଶେଷକରି ଆଦିବାସୀ ବାଳିକାଙ୍କ ଶିକ୍ଷା କ୍ଷେତ୍ରରେ ନିରବଚ୍ଛିନ୍ନ ଉଦ୍ୟମ ପାଇଁ ଦିଶାଲେଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି ।  ସୋଲାପୁରର ଏକ ଛୋଟ ଗାଁରେ ଥିବା ଏକ ପ୍ରାଥମିକ ସ୍କୁଲରେ ଦିଶାଲେ ଶିକ୍ଷକତା କରନ୍ତି ।

ସମ୍ବନ୍ଧିତ ଖବର