ଚୋରା ମୁଗୁନି ପଥର ବୋଝେଇ ଭ୍ୟାନ୍‌ ଜବତ, ମୂର୍ତ୍ତି ବ୍ୟବସାୟୀ ଗିରଫ

କାଳିଆପାଣି : ଯାଜପୁର ଜିଲ୍ଲା ଟମକା ପୁଲିସ ପକ୍ଷରୁ ଶନିବାର ସକାଳେ ସୀମାନ୍ତ ଇଲାକା ଜନିନ୍ଦାପାଳରେ ଚଢ଼ଉ କରାଯାଇ ଏକ ପଥର ବୋଝେଇ ଭ୍ୟାନ୍ (ଓଡି-୨୨ଏଫ୍‌-୨୫୩୭)କୁ ଜବତ କରାଯିବା ସହ ଗାଡ଼ି ମାଲିକ ତଥା ଚାଳକକୁ ଗିରଫ କରାଯାଇଛି। ଏହି ବିରଳ ମୁଗୁନି ପଥର ଦୈତାରୀ ଓ ରେବଣା ସଂରକ୍ଷିତ ଜଙ୍ଗଲରୁ ସଂଗୃହୀତ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଅଭିଯୁକ୍ତଜଣକ ଭଦ୍ରକ ଜିଲ୍ଲା ଆଗରପଡ଼ାର ମୂଳବାସିନ୍ଦା ମୂର୍ତ୍ତି ବ୍ୟବସାୟୀ ପୂର୍ଣ୍ଣଚନ୍ଦ୍ର ବେହେରା(୩୫)।

ସେ ଏବେ ଘଟଣାସ୍ଥଳଠାରୁ ପ୍ରାୟ ୩ କିଲୋମିଟର ଦୂର ବାରିଗାଁ ବସ୍ତିରେ ରହୁଥିବା ସୂଚନା ମିଳିଛି। ଭ୍ୟାନ୍‌ରେ ୩ ଟନ୍‌ରୁ ଅଧିକ ଓଜନର ମୂଲ୍ୟବାନ ମୁଗୁନି ପଥର ଥିବାବେଳେ ୨ ରୁ ୩ ଫୁଟ ଉଚ୍ଚତା ବିଶିଷ୍ଟ ଅଧିକାଂଶ ପଥର ରହିଛି। ଅଭିଯୁକ୍ତକୁ କେସ୍ ନଂ ୧୦୪/୨୦ ଏବଂ ଦଫା ୩୭୯ ଓ ୨୧ଏମ୍‌ଏମ୍‌ଡିଆର୍ ଆକ୍ଟ୍ ଆଧାରରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ସଂଘମିତ୍ରା ନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର