ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିକରି ହତ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ଗ୍ରାମରେ ଆଜି ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଗାଁ ଛକରେ ଚା’ ପିଉଥିବାବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁ(୫୨) ଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ମିଳିଥିବା ସୂଚନା ଅନୁସାରେ ଶ୍ରୀ ସାହୁ ଆଜି ସକାଳ ସାଢେ ୮ଟା ବେଳେ ସୁମଣ୍ଡଳପୁର ଗାଁ ଛକରେ ଥିବା ଏକ ଚା’ ଦୋକାନରେ ଚା’ ପିଉଥିବାବେଳେ ୩ ଜଣ ଦୁର୍ବୃତ୍ତ ଗାଡ଼ିରେ ଆସି ତାଙ୍କ ଉପରକୁ ଅତର୍କିତଭାବେ ଗୁଳି ଚାଳନା କରି ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ସୁମଣ୍ଡଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହା କରାଯାଇଥିବା ସଂଦେହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର