ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ

ଧଉଳି:ଚାକିରି କରାଇ ଦେବାକୁ କହି ଜଣେ ବ୍ୟକ୍ତି ୩ ଜଣ ବେକାର ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକାମୀର ଶିକାର ଯୁବକମାନେ ଏସଂପର୍କରେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଗ୍ରହଣ କରି ପୁଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡକାଇଥିଲା । ପୁଲିସ ଉପସ୍ଥିତିରେ ସେମାନଙ୍କ ମଧ୍ୟରେ ଘଟଣାର ଆପୋଷ ସମାଧାନ ହୋଇଥିବା ସୂଚନା ମିଳିଛି । ଟଙ୍କା ଠକି ନେଇଥିବା ଯୁବକର ଘର ଧଉଳି ଥାନା ଅଧୀନ ଗଙ୍ଗୋତ୍ରୀନଗର ଅଞ୍ଚଳରେ ବୋଲି ସୂଚନା ମିଳିଛି । ସେହିପରି ଅଭିଯୋଗକାରୀ ତିନି ଯୁବକ ବାହାର ଅଞ୍ଚଳର ବୋଲି କୁହାଯାଇଛି ।

 

ସମ୍ବନ୍ଧିତ ଖବର