ଦୁଇ ଥର ବିଶ୍ବ ବିଜେତାଙ୍କୁ ହରାଇ ସେମିରେ ନିଖତ

ଇସ୍ତାନବୁଲ : ଭାରତର ନିଖତ ଜରିନ ଦୁଇ ଥର ବିଶ୍ବ ବିଜୟିନୀ କିଜାଇବେ ନଜିମଙ୍କୁ ହରାଇ ବୋସଫୋରୁସ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ମହିଳା ୫୧ କେଜି ବର୍ଗ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ଶୁକ୍ରବାର କ୍ବାର୍ଟର୍‌ ଫାଇନାଲ୍‌ରେ ଏସୀୟ କାଂସ୍ୟ ବିଜୟିନୀ ନିଖତ ୪-୧ରେ କାଜାକସ୍ତାନ ମୁଷ୍ଟିଯୋଦ୍ଧାଙ୍କୁ ମାତ୍‌ ଦେଇଥିଲେ। ଫାଇନାଲ୍‌‌ ସ୍ଥାନ ପାଇଁ ସେ ୨୦୧୯ ବିଶ୍ବ ଚାମ୍ପିଅନ୍‌ସିପ୍‌ ରୌପ୍ୟ ବିଜୟିନୀ ତୁର୍କିର ବୁସେନାଜ କାମିରୋଗଲୁଙ୍କୁ ଭେଟିବେ। ନିଖତଙ୍କ ବ୍ୟତୀତ ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ବିଜେତା ଗୌରବ ସୋଲାଙ୍କି (୫୭ କେଜି) ମଧ୍ୟ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି।‌ ‌ସୋଲାଙ୍କି କ୍ବାର୍ଟର ଫାଇନାଲ୍‌ରେ ସ୍ଥାନୀୟ ଖେଳାଳି ଆକୋଲ ମିଜାନଙ୍କୁ ୪-୧ରେ ହରାଇଥିଲେ। ସେମିଫାଇନାଲ୍‌ରେ ସେ ଆର୍ଜେଣ୍ଟିନାର ନିର୍କୋ ଗୁଏଲୋଙ୍କୁ ଭେଟିବେ। ତେବେ ମହିଳା ଯୋଦ୍ଧା ସୋନିଆ ଲାଥେର (୫୭ କେଜି), ପର୍ବିନ (୬୦ କେଜି) ଓ ଜ୍ୟୋତି (୬୯ କେଜି) କ୍ବାର୍ଟର ଫାଇନାଲ୍‌ରେ ହାରି ବିଦାୟ ନେଇଛନ୍ତି। ପୁରୁଷ ଯୋଦ୍ଧା ଶିବ ଥାପ୍ପା (୬୩ କେଜି) ୧-୪ରେ ତୁର୍କିର ହାକନ ଡୋଗାନଙ୍କଠୁ ହାରି ବିଦା ହୋଇଥିଲେ।

ସମ୍ବନ୍ଧିତ ଖବର