ଟ୍ବିନ୍‌ସିଟିରେ ଚୋରାଚାଲାଣ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ, ୮ ଗିରଫ

କଟକ: କଟକ ଓ ଭୁବନେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗ ଗଞ୍ଜେଇ ଜବତ କରିଥିବା ବେଳେ ସମୁଦାୟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସୂଚନାନୁଯାୟୀ, ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ଗୋପାଳପୁର ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ହୁଣ୍ଡାଇ ଆଇ-୧୦ ଗାଡ଼ି ଉପରେ ନଜର ପଡ଼ିଥିଲା। ସନ୍ଦେହ ଘନୀଭୂତ ହେବାରୁ ବିଭାଗୀୟ ଅଧିକାରୀମାନେ ଗାଡ଼ିଟିକୁ ଯାଞ୍ଚ କରିଥିଲେ। ଏହାପରେ ଗାଡ଼ି ମଧ୍ୟରୁ ୫୧ କେଜି ଗଞ୍ଜେଇ ଜବତ କରିଥିଲା ବିଭାଗ। ଏହାସହ ୩ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ୱାସିମ ହସନ, ସି କେ ମୁସ୍ତାକିମ ଓ ଏସ କେ ମନ୍ନନ। ଏମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଏପଟେ ରାଜଧାନୀର ଭଡ଼ା ଘର ପାଲଟିଛି ଗଞ୍ଜେଇ ଗୋଦାମ୍ । ବହୁ ପରିମାଣର ଗଞ୍ଜେଇ ଜବତ କରିଛି ସ୍ପେସାଲ ସ୍କ୍ୱାର୍ଡ । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୁଲିସ ।  ୨ ବିହାରୀ ଯୁବକଙ୍କୁ ଏଥିରେ ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ୫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି । ଜାଣିବାକୁ ମିଳିଛି ଯେ କନ୍ଧମାଳରୁ ଚୋରାରେ ଆଣି ଭୁବନେଶ୍ୱର ଭଡ଼ା ଘରେ ଛୋଟ ଛୋଟ ପକେଟ କରି ବାହାର ରାଜ୍ୟକୁ ହେଉଥିଲା ଗଞ୍ଜେଇ ଚାଲଣ । ପୁଲିସ୍‌ ସନ୍ଦେହରୁ ବଞ୍ଚିବା ପାଇଁ ମହିଳାଙ୍କୁ ବ୍ୟବହାର କରୁଥିଲେ ବିହାରୀ ଯୁବକ।

ସମ୍ବନ୍ଧିତ ଖବର