ରାଜ୍ୟ ସରକାରଙ୍କ ପାଇଁ ୪୦୦, ଘରୋଇ ହସ୍ପିଟାଲ ପାଇଁ ୬୦୦ ଟଙ୍କା ଟିକା ମୂଲ୍ୟ ନିର୍ଦ୍ଧାରଣ କଲା ସେରମ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଓ ଖୋଲା ବଜାରକୁ ୫୦ ପ୍ରତିଶତ ଟିକା ଯୋଗାଇବେ ଉତ୍ପାଦନକାରୀ ସଂସ୍ଥା । ଅଥାର୍ତ ଉତ୍ପାଦନକାରୀ ସଂସ୍ଥା ଠାରୁ ଟିକା କିଣିପାରିବେ ରାଜ୍ୟ ସରକାର । ତେବେ ଏହାପୂର୍ବରୁ ଟିକାର ଦର ସ୍ଥିର କରିଛି ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ ।

ରାଜ୍ୟ ସରକାରଙ୍କୁ ୪୦୦ ଟଙ୍କାରେ ଏହି ଟିକା ଯୋଗାଇ ଦିଆଯିବ ସେହିଭଳି ପ୍ରାଇଭେଟ ହସ୍ପିଟାଲ ଗୁଡିକ ଏହି ଟିକା କିଣିଲେ ୬୦୦ ଟଙ୍କା ଦେବାକୁ ପଡିବ । ବିଶ୍ୱସ୍ତରରେ ବିକ୍ରି ହେଉଥିବା ଅନ୍ୟ ଟିକା ତୁଳନାରେ କୋଭିସିଲ୍ଡ ଟିକା ଟିକିଏ ଶସ୍ତା ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଯେଉଁଠି ଆମେରିକା ଭ୍ୟାକସିନର ଦର ୧୫୦୦, ରଷିଆ ଭ୍ୟାକସିନର ଦର ୭୫୦ ଓ ଚୀନ ଭ୍ୟାକସିନର ଦର ୭୫୦ ରହିଛି ।

ସେଠାରେ କୋଭିସିଲ୍ଡର ଦର ଅପେକ୍ଷାକୃତ କମ ରହିଛି । ଆସନ୍ତା ମେ ୧ରୁ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମଧ୍ୟ କରୋନା ଟିକା ଦିଆଯିବା ନେଇ ନିଷ୍ପତି ନିଆଯାଇଛି । ତେଣୁ ଏହାପୂର୍ବରୁ ଟିକାର ଦର ସ୍ଥିର କରିଛି କମ୍ପାନି ।

ସମ୍ବନ୍ଧିତ ଖବର