ସଟଡାଉନ ପ୍ରଭାବ: ଶନିବାର ବଳକା ମହାପ୍ରସାଦ ପୋତା ଯାଇଥିବା ବେଳେ ରବିବାର ବସ୍ତି ଅଞ୍ଚଳରେ ବଣ୍ଟାଗଲା

ପୁରୀ: କ‌ରୋନା ମହାମାରୀ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣକୁ ହ୍ରାସ କରିବା ପାଇଁ ଜାରି ହୋଇଥିବା ସଟଡାଉନ ମହାପ୍ରସାଦ ବିକ୍ରି ଉପରେ ପ୍ରଭାବ ପକାଇଛି । ଗତ ଦୁଇ ଦିନ ସଟଡାଉନ ଥିବାରୁ ଶନିବାର ବଳକା ମହାପ୍ରସାଦ ପୋତା ଯାଇଥିବା ବେଳେ ରବିବାର ଦିନ ଏହାକୁ ବସ୍ତି ଅଞ୍ଚଳରେ ବଣ୍ଟା ଯାଇଛି । ଏଭଳି ସ୍ଥିତି ଆଗକୁ ଜଟିଳ ହେବାକୁ ଥିବାରୁ କେବଳ କୋଠ ଭୋଗ ଓ ବରାଦି ଭୋଗ ଛଡ଼ା ଆଉ ବଳକା ମହାପ୍ରସାଦ ରନ୍ଧନ ବନ୍ଦ ରଖିବା ନେଇ  ସୁଆର ମହାସୁଆର ନିଯୋଗ ଚିନ୍ତା କରୁଛନ୍ତି।

ସେପଟେ ୫ ତାରିଖରୁ ଲକଡାଉନକୁ ୨ ସପ୍ତାହ କରିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଥିବା ବେଳେ କିଭଳି ମହାପ୍ରସାଦ ବିକ୍ରି ହେବ ସେନେଇ ଚିନ୍ତା ଘାରିଛି । ସେପଟେ ଲକଡାଉନରେ ଅନେକ କଟକଣା କୋହଳ ରହିଥିବା ବେଳେ କୋଭିଡ ଗାଉଡ଼ଲାଇନରେ ଭକ୍ତଙ୍କୁ ଅବଢ଼ା ନେବାକୁ ସୁଯୋଗ ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ସୁଆର ମହାସୁଆର ନିଯୋଗ ସଂପାଦକ ।

ସମ୍ବନ୍ଧିତ ଖବର