କର୍ମଫଳ ପାଇଲା ଚୀନ : ଯ଼େଉଁ ରକେଟକୁ ନେଇ ଭାରତକୁ ତାଚ୍ଛଲ୍ୟ କରିଥିଲା, ତାହା ଧ୍ବଂସ ହୋଇଗଲା 

ଭୁବନେଶ୍ବର : ଚୀନର ରକେଟ୍ ଲଙ୍ଗ ମାର୍ଚ୍ଚ ୫ବିର ଧ୍ବଂସାବଶେଷ ରବିବାର ଦିନ ଭାରତ ମହାସାଗରରେ ପଡ଼ିବାପରେ ବି ସୋସିଆଲ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ଥମୁନାହିଁ । ଏହି ରକେଟ ଧ୍ବଂସ ପାଇବା ଚୀନ ଅହଂକାର ଉପରେ ଏକ ପ୍ରହାର ବୋଲି ଅନେକ ମତ ଦେଉଛନ୍ତି ।

କଥା ହେଉଛି, କିଛିଦିନ ପୂର୍ବେ ଏହି ରକେଟର ସଫଳ ଉତକ୍ଷେପଣ ପରେ ଚୀନର କମ୍ୟୁନିଷ୍ଟ ପାର୍ଟି ଭାରତକୁ ତାଚ୍ଛଲ୍ୟ କରିଥିଲା । ଚୀନ ସୋସିଆଲ ମିଡିଆ ଓ୍ବେଇବୋରେ କମ୍ୟୁନିଷ୍ଟ ଦଳ ପକ୍ଷରୁ ଏକ ଫଟୋ ପୋଷ୍ଟ କରାଯ଼ାଇଥିଲା । ସେଥିରେ ଗୋଟିଏ ପଟେ ଏହି ରକେଟ ଉତକ୍ଷେପଣ ହେଉଥିବାବେଳେ ଅନ୍ୟପଟେ ଭାରତର ଏକ ଶ୍ମଶାନରେ କୋଭିଡ ମୃତକଙ୍କ ଚିତାଗ୍ନିର ଫଟୋ ରହିଥିଲା । ଏହି ଫଟୋ ସହ ଲେଖାଯ଼ାଇଥିଲା ‘ଚୀନ କେଉଁଠି ନିଆଁ ଲଗାଉଛି  ଭାରତ କେଉଁଠି ନିଆଁ’ ଲଗାଉଛି ।

ଏହି ପୋଷ୍ଟକୁ ନେଇ ସବୁଆଡ଼େ ଏପରିକି ଚୀନରେ ମଧ୍ୟ ବିରୋଧ ପ୍ରକାଶ ପାଇବା ପରେ ତାହାକୁ ହଟାଇଦିଆଯ଼ାଇଥିଲା । ଗୋଟିଏ ଦେଶର ଦୁର୍ଦ୍ଦଶାକୁ ଏପରି ତାଚ୍ଛଲ୍ୟ କରିବାକୁ ଲୋକମାନେ ପସନ୍ଦ କରିନଥିଲେ । ଭାରତରେ ମଧ୍ୟ ଏହାକୁ ନେଇ ତୀବ୍ର ବିରୋଧ ପ୍ରକାଶ ପାଇଥିଲା ।

ଏବେ ମାତ୍ର କିଛି ଦିନ ପରେ ଉକ୍ତ ରକେଟକୁ ଧ୍ବଂସ ହୋଇ ସମୁଦ୍ରରେ ଖସିପଡ଼ିବା ପରେ ଅନେତ ତାହା ଚୀନର କର୍ମର ଫଳ ବୋଲି କହୁଛନ୍ତି । ଯ଼େଉଁ ରକେଟକୁ ତୁଳନାକରି ଚୀନ ଭାରତାୟ ଲୋକଙ୍କ ଦୁର୍ଦ୍ଦଶାକୁ ତାଚ୍ଛଲ୍ୟ କରୁଥିଲା, ସେହି ରକେଟ ଏବେ ସମଗ୍ର ବିଶ୍ବରେ ଚୀନର ମୁଣ୍ଡ ତଳକୁ କରିଦେଇଛି ।

ସମ୍ବନ୍ଧିତ ଖବର