ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୬୨୩ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୨୧

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧,୬୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୫୦୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୫୧୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୨୧ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୮୨୩ଜଣ, ବାଲେଶ୍ୱରରୁ ୫୦୮ ଜଣ, ବରଗଡ଼ରୁ ୨୫୭ ଜଣ, ଭଦ୍ରକରୁ ୪୬୧ଜଣ, ବଲାଙ୍ଗୀରରୁ ୧୭୦ ଜଣ, ବୌଦ୍ଧରୁ ୨୦୬ଜଣ, କଟକରୁ ୯୯୮ଜଣ, ଦେବଗଡରୁ ୮୬ ଜଣ, ଢେଙ୍କାନାଳରୁ ୪୪୧ଜଣ, ଗଜପତିରୁ ୭୬ ଜଣ, ଗଞ୍ଜାମରୁ ୧୫୮ ଜଣ, ଜଗତସିଂହପୁରରୁ ୩୧୫ ଜଣ, ଯାଜପୁରରୁ ୫୬୦ ଜଣ, ଝାରସୁଗୁଡାରୁ ୧୮୪ ଜଣ, କଳାହାଣ୍ଡିରୁ ୩୫୨ ଜଣ, କନ୍ଧମାଳରୁ ୧୪୧ ଜଣ, କେନ୍ଦ୍ରାପଡ଼ାରୁ ୧୯୮ଜଣ, କେଉଁଝରରୁ ୧୩୩ଜଣ, ଖୋର୍ଦ୍ଧାରୁ ୨୦୨୧ ଜଣ, କୋରାପୁଟରୁ ୨୧୮ ଜଣ, ମାଲକାନଗିରିରୁ ୭୩ଜଣ, ମୟୁରଭଞ୍ଜରୁ ୨୪୯ ଜଣ, ନବରଙ୍ଗପୁରରୁ ୩୦୦ ଜଣ, ନୟାଗଡ଼ରୁ ୩୧୬ଜଣ, ନୂଆପଡ଼ାରୁ ୫୪ ଜଣ, ପୁରୀରୁ ୪୬୨ ଜଣ, ରାୟଗଡ଼ାରୁ ୨୨୩ ଜଣ, ସମ୍ୱଲପୁରରୁ ୩୪୨ଜଣ, ସୋନପୁରରୁ ୨୬୧, ସୁନ୍ଦରଗଡ଼ରୁ ୬୯୯ ଓ ଷ୍ଟେଟ ପୁଲରୁ ୩୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭,୨୬,୦୦୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୬,୧୨,୯୯୩ ଜଣ ସୁସ୍ଥ ହୋଇଛନ୍ତି | ଏବେ ବି ୧, ୧୦, ୩୭୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର