କରୋନାରେ ସଂକ୍ରମିତ ତାରାପ୍ରସାଦ, ଭୁବନେଶ୍ବରରେ ଚିକିତ୍ସାଧୀନ, ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଜୟପୁର : ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କରୋନା ସଂକ୍ରମିତ ହୋଇଛନ୍ତି। ଗତ କିଛିଦିନ ହେବ ସେ ଜୟପୁରରେ ରହୁଥିଲେ। ଜ୍ବର ଓ ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ସେ ଆଣ୍ଟିଜେନ୍ କିଟ୍‌ରେ ସ୍ବାବ୍ ପରୀକ୍ଷା କରିଥିଲେ। ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଲକ୍ଷଣ ରହିଥିବାରୁ ପୁଣି ଆର୍‌ଟି‌-ପିସିଆର ପରୀକ୍ଷା କରାଇଥିଲେ। ଗତକାଲି ସଂଧ୍ୟାରେ ଏହି ରିପୋର୍ଟ ମିଳିଥିବା ବେଳେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ବିଧାୟକ ଚିକିତ୍ସା ନିମନ୍ତେ ଭୁବନେଶ୍ବର ସମ୍ ହସ୍ପି‌ଟାଲରେ ଭର୍ତ୍ତି ହୋଇଛନ୍ତି।

ସମ୍ବନ୍ଧିତ ଖବର