ମୋଦୀ ପୁଣି ବିଶ୍ବର ସବୁଠୁ ଲୋକପ୍ରିୟ ନେତା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ବିଶ୍ବର ଲୋକପ୍ରିୟ ନେତାଙ୍କ ତାଲିକାର ଶୀର୍ଷରେ ରହିଛନ୍ତି। ଏକ ସର୍ବେକ୍ଷଣରୁ ଜଣାଯାଇଛି ବିଶ୍ବର ସବୁଠୁ ଅଧିକ ଲୋକପ୍ରିୟ ନେତାଙ୍କ ମଧ୍ୟରେ ମୋଦୀ ଆଗରେ। ଆମେରିକାର ଏକ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଙ୍ଗ୍‌ କନସଲ୍ଟ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ଏଥିରେ ମୋଦୀଙ୍କ ଲୋକପ୍ରିୟତା ୬୬ ପ୍ରତିଶତ ରହିଛି। ଆମେରିକାର ରାଷ୍ଟ୍ରପତି, ବ୍ରିଟେନର ପ୍ରଧାନମନ୍ତ୍ରୀ, ରୁଷିଆର ରାଷ୍ଟ୍ରପତି, ଅଷ୍ଟ୍ରେଲିଆ, କାନାଡ଼ାର ପ୍ରଧାନମନ୍ତ୍ରୀ, ବ୍ରାଜିଲ, ଫ୍ରାନ୍ସର ରାଷ୍ଟ୍ରପତି ଏବଂ ଜର୍ମାନୀ ଚାନସଲେରଙ୍କ ଠାରୁ ମୋଦୀ ଆଗରେ ଅଛନ୍ତି। ମୋଦୀଙ୍କ ପଛକୁ ଇଟାଲି ପ୍ରଧାନମନ୍ତ୍ରୀ ମେରିଓ ଡ୍ରାଗି ୬୫ ପ୍ରତିଶତ ଲୋକପ୍ରିୟତା ସହିତ ଦ୍ବିତୀୟ ସ୍ଥାନରେ ଏବଂ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରିଜ୍ ମାନୁ‌ଏଲ ଲୋପେଜ୍‌ ଓବ୍ରେଡର ୬୩ ପ୍ରତିଶତ ଲୋକପ୍ରିୟତା ସହିତ ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ର ଚତୁର୍ଥ (୫୪ ପ୍ରତିଶତ), ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲ ପଞ୍ଚମ (୫୩ ପ୍ରତିଶତ) ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (୫୩ ପ୍ରତିଶତ ) ଷଷ୍ଠ ସ୍ଥାନରେ ରହିଛନ୍ତି। କରୋନାର ଦ୍ବିତୀୟ ଲହର ପାଇଁ ମୋଦୀଙ୍କ ଲୋକପ୍ରିୟତା କମିଛି ବୋଲି କୁହାଯାଉଥିଲେ ମଧ୍ୟ ସେ ଏବେ ବି ଆଗରେ ରହିଛନ୍ତି।

ସମ୍ବନ୍ଧିତ ଖବର