ଷ୍ଟେସନରୁ ୫ ନାବାଳକ ଉଦ୍ଧାର, ଦଲାଲ ଥାନାରେ ଅଟକ

ରାଉରକେଲା: ଆଜି ରାଉରକେଲା ଷ୍ଟେସନରୁ ୫ ନାବାଳକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ୫ ନାବାଳକଙ୍କୁ ରାଉରକେଲା ରେଳବାଇ ପୁଲିସ ବିଶ୍ରାସ୍ଥିତ ଚାଇଲ୍‌ଡ ଲାଇନ ‘ଦିଶା’କୁ ହସ୍ତାନ୍ତର କରିଛନ୍ତି। ସମସ୍ତ ପିଲା ବିହାର ବୋଲି ଜଣାପଡିଛି। ସେମାନେ ସେକ୍ଟର-୫କୁ ଯାଉଥିବା ପୁଲିସ ଆଗରେ କହିଛନ୍ତି। ପୁଲିସ ଏ ସଂକ୍ରାନ୍ତରେ ତାଙ୍କ ପରିବାରକୁ ସୂଚନା ଦେଇଛନ୍ତି। ପରିବାର ଲୋକ ରାଉରକେଲାରେ ପହଞ୍ଚିବା ପରେ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି।

ସୂଚନା ମୁତାବକ ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ରାଜେନ୍ଦ୍ରନଗର-ଦୁର୍ଗ ସାଉଥବିହାର ଏକ୍ସପ୍ରେସ୍‌ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ଜଣେ ବ୍ୟକ୍ତି ୫ ନାବାଳକଙ୍କୁ ଧରି ଟ୍ରେନ୍‌ରୁ ଓହ୍ଲାଇ କୋଭିଡ୍‌ ଯାଞ୍ଚ କେନ୍ଦ୍ରକୁ ଆସିଥିଲେ। ଯାଞ୍ଚ ଦାୟିତ୍ବରେ ଥିବା ସିଭିଲ ଡିଫେନ୍ସର ଶୁଭେନ୍ଦୁ ପଣ୍ଡା, ଅଜିତ ପ୍ରସାଦ, ଶରତ କିସାନ ଓ ଅରୁଣ ଖାଖା ନାବାଳକଙ୍କୁ ପଚରାଉଚୁରା କରିବାରୁ ସେମାନେ କିଛି କହି ପାରି ନଥିଲେ। ସନ୍ଦେହ ହେବାରୁ ପାଞ୍ଚ ନାବାଳକ ଓ ଦଲାଲକୁ ରେଳବାଇ ଥାନାକୁ ହସ୍ତାନ୍ତର କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୬ରେ ରାଉରକେଲା ଷ୍ଟେସନର ପ୍ଲାଟଫର୍ମ ନଂ-୧ରୁ ରେଳବାଇ ପୁଲିସ ୭ ନାବାଳକଙ୍କୁ ଉଦ୍ଧାର କରିଥିଲେ। ସେମାନେ ସମସ୍ତେ ବିହାର ବାଙ୍ଗା ଜିଲ୍ଲାରେ ଥିଲେ। ନାବାଳକଙ୍କୁ କାହିଁକି ସେକ୍ଟର-୧୫କୁ ନିଆଯାଉଥିଲା ପୁଲିସ ତା’ର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର