ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୨୮୨ ଜଣ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୫୯୨

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨,୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୯୬୭ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସର୍ବାଧିକ ୫୯୨ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୬୧ଜଣ, ବାଲେଶ୍ୱରରୁ ୧୪୬ଜଣ, ବରଗଡ଼ରୁ ୧୭ଜଣ, ଭଦ୍ରକରୁ ୭୧ଜଣ, ବଲାଙ୍ଗୀରରୁ ୯ଜଣ, ବୌଦ୍ଧରୁ ୧୦ଜଣ, କଟକରୁ ୨୮୯ଜଣ, ଦେବଗଡ଼ରୁ  ୬ଜଣ, ଢେଙ୍କାନାଳରୁ ୫୫ଜଣ, ଗଜପତିରୁ ୮ଜଣ, ଗଞ୍ଜାମରୁ ୧୭ ଜଣ, ଜଗତସିଂହପୁରରୁ ୭୩ ଜଣ, ଯାଜପୁରରୁ ୧୧୧ ଜଣ, ଝାରସୁଗୁଡ଼ାରୁ ୧୧ ଜଣ, କଳାହାଣ୍ଡିରୁ ୧୨ଜଣ, କନ୍ଧମାଳରୁ ୨୦ ଜଣ, କେନ୍ଦ୍ରାପଡ଼ାରୁ ୬୨ଜଣ, କେଉଁଝରରୁ ୫୧ ଜଣ, ଖୋର୍ଦ୍ଧାରୁ ୫୯୨ଜଣ, କୋରାପୁଟରୁ ୪୦ଜଣ, ମାଲକାନଗିରିରୁ ୩୨ଜଣ, ମୟୁରଭଞ୍ଜରୁ ୧୪୧ଜଣ, ନବରଙ୍ଗପୁରରୁ ୧୨ ଜଣ, ନୟାଗଡ଼ରୁ ୮୩ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୧୨୭ଜଣ, ରାୟଗଡ଼ାରୁ ୧୫ଜଣ, ସମ୍ୱଲପୁରରୁ ୧୮ଜଣ, ସୋନପୁରରୁ ୭, ସୁନ୍ଦରଗଡ଼ରୁ ୬୭ ଓ ଷ୍ଟେଟ ପୁଲରୁ ୧୧୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯,୩୯,୭୫୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୯,୦୯,୬୩୯ ଜଣ ସୁସ୍ଥ ହୋଇଛନ୍ତି।  ଏବେ ବି ୨୫, ୪୬୧ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର