ବିଶ୍ୱରେ ବଢୁଛି ଟିକାକରଣ, କମୁଛି ମୃତ୍ୟୁ ସଂଖ୍ୟା: ଜାଣନ୍ତୁ କେଉଁ ଦେଶରେ କେତେ ଲୋକ ନେଇଛନ୍ତି ଟିକା

ନୂଆଦିଲ୍ଲୀ: ବିଶ୍ୱରେ ବଢୁଛି ଟିକାକରଣ ଆଉ ସେହି ଅନୁସାରେ କ୍ରମାଗତ କମୁଛି ମୃତ୍ୟୁ ସଂଖ୍ୟା । ଏକ ତଥ୍ୟ ଅନୁସାରେ ଡିସେମ୍ବରରେ ଇଂଲଣ୍ଡରେ ଟିକାକରଣ ଆରମ୍ଭ ହୋଇଥିଲା ଏବଂ ଜାନୁଆରି ମାସରେ ଦ୍ୱିତୀୟ ଡୋଜ୍ ଦିଆଯାଇଥିଲା । ଏବେ ସୁଦ୍ଧା ଇଂଲଣ୍ଡର ପ୍ରାୟ ୩କୋଟି ୪୦ ଲକ୍ଷ ଲୋକ ଟିକା ନେଇ ସାରିଲେଣି ଏବଂ ଟିକା ନେବା ପରେ ମାର୍ଚ୍ଚରୁ ଏପର୍ଯ୍ୟନ୍ତ ମାତ୍ର ୫ ହଜାର ୫ ଶହ ଲୋକଙ୍କର ମୃତ୍ୟୁ ହୋଇଛି । ତେଣୁ ଟିକାକରଣ ଅଧିକ ଥିବା ଦେଶରେ ମୃତ୍ୟୁ ସଂଖ୍ୟା କମୁଛି ବୋଲି କୁହାଯାଉଛି ।

ସେହିପରି ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ତେବେ ବିଶ୍ୱର ଆଗୁଆ ଦେଶ ଗୁଡ଼ିକ ଟିକାକରଣରେ ବହୁ ଆଗରେ ଥିବା ବେଳେ ପଛରେ ପଡ଼ିଛି ଭାରତ । ଟିକାକରଣରେ ସବୁଠାରୁ ଆଗରେ ରହିଛି ଇସ୍ରାଏଲ୍ । ଇସ୍ରାଏଲରେ ୬୬.୧ ପ୍ରତିଶତ ଲୋକଙ୍କୁ ଗୋଟିଏ ଡୋଜ୍ ଦିଆଯାଇଥିବା ବେଳେ ୫୯.୯୫ ପ୍ରତିଶତ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି । ଏହା ପଛକୁ ରହିଛି ଇଂଲଣ୍ଡ । ଇଂଲଣ୍ଡରେ ୬୮.୩ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୫୧.୨୦ ପ୍ରତିଶତ ଲୋକଙ୍କ ସଂପୂର୍ଣ୍ଣ ଟିକାକରଣ ହୋଇଛି ।

COVID-19 vaccination: Scared to get vaccinated? Common vaccine-related  myths addressed | The Times of India
Times Of India

ଅନ୍ୟପଟେ ଆମେରିକାରେ ୫୪.୯ ପ୍ରତିଶତ ପ୍ରଥମ ଡୋଜ୍ ଏବଂ ୪୭.୪୩ ପ୍ରତିଶତ ୨ଟି ଡୋଜ୍ ଟିକା ନେଇଛନ୍ତି । ଜର୍ମାନୀରେ ୫୭.୮% ଗୋଟିଏ ଡୋଜ୍ ଟିକା ନେଇଥିବା ବେଳେ ୪୧.୪୩%ଙ୍କର ସଂପୂର୍ଣ୍ଣ ଟିକାକରଣ ହୋଇଛି । କାନାଡ଼ାରେ ୬୯.୩% ନାଗରିକ ଗୋଟିଏ ଡୋଜ୍ ନେଇଥିବା ବେଳେ ୪୧.୬୩% ଲୋକଙ୍କର ସଂପୂର୍ଣ୍ଣ ଟିକାକରଣ ହୋଇଛି । ଇଟାଲିରେ ୫୭.୮% ଲୋକ ଗୋଟିଏ ଡୋଜ୍ ନେଇଥିବା ବେଳେ ୩୬.୭୭% ନାଗରିକଙ୍କର ସଂପୂର୍ଣ୍ଣ ଟିକାକରଣ ହୋଇଛି । ଟିକାକରଣରେ ପଛରେ ଥିବା ଭାରତରେ ମାତ୍ର ୫.୨୪% ନାଗରିକଙ୍କର ସଂପୂର୍ଣ୍ଣ ଟିକାକରଣ ହୋଇଥିବା ବେଳେ ୨୩% ଲୋକ ଗୋଟିଏ ଡୋଜ୍ ନେଇଛନ୍ତି ।

ସମ୍ବନ୍ଧିତ ଖବର