ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଜଣେ ଖେଳାଳି ସମେତ ୫ କର୍ମଚାରୀ କରୋନା ଆକ୍ରାନ୍ତ

ଟୋକିଓ: ଜାପାନ ରାଜଧାନୀ ଟୋକିଓରେ ଆସନ୍ତା ୨୩ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ଅଲିମ୍ପିକ୍ସ । କରୋନା କାଳରେ ଅନେକ ପ୍ରତିବନ୍ଧକ ମଧ୍ୟରେ ଅଲିମ୍ପିକ୍ସ କରିବାକୁ ଯାଉଛି ଜାପାନ । ହେଲେ ଅଲିମ୍ପିକ୍ସ ଆରମ୍ଭ ହେବା ଆଗରୁ ଟୋକିଓ ଉପରେ କୋଭିଡ୍-୧୯ ଆତଙ୍କ ଦେଖିବାକୁ ମିଳିଲାଣି ।

ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଏଠାରେ ଦେଖିବାକୁ ମିଳିଲାଣି କରୋନାର ଆତଙ୍କ । ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଜଣେ ଆଥଲେଟ୍ ଏବଂ ଅଲମ୍ପିକ୍ସର ୪ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହାପରେ ଅଲିମ୍ପିକ୍ସ କ୍ୟାମ୍ପରେ କରୋନା ବ୍ୟାପୁଥିବା ଆଶଙ୍କା କରାଯାଉଛି । ସେମାନେ ଋଷର ଖେଳାଳିଙ୍କଠାରୁ ସଂକ୍ରମିତ ହୋଇଥିବା ଜଣାପଡିଛି । ଅଲିମ୍ପିକ୍ସରେ ଭାଗ ନେବାକୁ ଆସିଥିବା ଋଷର ରକ୍ବି ଟିମ୍ ଏବଂ ଜୁଡୋ ଖେଳାଳିଙ୍କ ମଧ୍ୟରେ କିଛି ଖେଳାଳି ପୂର୍ବରୁ ସଂକ୍ରମିତ ଥିଲେ ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ଆହୁରି ଅନ୍ୟ ଲୋକ ଏବଂ ଅଲିମ୍ପିକ୍ସ କର୍ମଚାରି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ପ୍ରତ୍ୟେକ ଆକ୍ରାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଅଲିମ୍ପିକ୍ସ ତାରିଖ ଯେତିକି ଯେତିକି ପାଖେଇ ଆସୁଛି, ଖେଳାଳିଙ୍କ ମଧ୍ୟରେ ସଂକ୍ରମଣ ସେତିକି ବଢି ବଢି ଚାଲିଛି । ଆଉ ଆଗକୁ ଆହୁରି ବି ଖେଳାଳି ଆକ୍ରାନ୍ତ ହୋଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ସମ୍ବନ୍ଧିତ ଖବର